ପାକିସ୍ତାନ: ପେଶାୱରରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ ଓ ୬୫ ଗୁରୁତର
Khabar Odisha:Bomb-blast-in-Pakistan-kills-12

ଇସଲାମାବାଦ, ଜୁଲାଇ ୧୧ (ଖବର ଓଡ଼ିଶା): ପାକିସ୍ତାନର ପେଶାୱରରେ ୟାକାତୁତ ଅଂଚଳରେ ମଙ୍ଗଳବାର ରାତି ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଅତି କମରେ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟରେ ଥିବା ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । 

ନିର୍ବାଚନ ପାଇଁ ଏକ ବୈଠକ ଚାଲିଥିବା ବେଳେ ଏହି ବୋମା ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଅବାମୀ ନ୍ୟାସନାଲ ପାର୍ଟି(ଏଏନପି)ର ନେତା ହାରୁନ ବିଲ୍ଲୋରଙ୍କ ସମେତ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିସ୍ଫୋରଣ ଏଏନପିର କର୍ମକର୍ତ୍ତା ଓ ହାରୁନ ବିଲ୍ଲୋର ପାର୍ଟିଙ୍କ ଏକ ବୈଠକ ଚାଲିଥିବା ବେଳେ ହୋଇଥିଲା । ବୈଠକରେ ପାଖାପାଖି ୩୦୦ ଲୋକ ଉପସ୍ଥିତ ଥିଲେ । 

ହାରୁନ ବିଲ୍ଲୋର ଗମ୍ଭୀର ରୂପେ ଆହତ ହୋଇଥିଲେ, ଏହା ପରେ ତାଙ୍କୁ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ବିସ୍ଫୋରଣରେ ଅତି କମରେ ୧୨ କିଲୋ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଛି । 

ସୂଚନାଯୋଗ୍ୟ ବିଲ୍ଲୋରଙ୍କ ପିତା ବସିର ଅହମଦ ମିଲ୍ଲୋର ମଧ୍ୟ ୨୦୧୩ରେ ପେଶାୱରରେ ପାର୍ଟିର ଏକ ବୈଠକରେ ତାଲିବାନ ଦ୍ୱାରା ଆତ୍ମଘାତି ଆକ୍ରମଣରେ ଜୀବନ ହାରଇଥିଲେ । 

 

  • Tags:

Subscribe

National International State Sports Entertainment