ଚୀନ: ଟୋଲଗେଟ ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କ ଉପରକୁ ଚଢ଼ିଲା ଟ୍ରକ, ୧୪ ମୃତ
Khabar Odisha:At-least-14-killed-27-injured-in-China-highway-accident

ବେଜିଂ, ନଭେମ୍ବର ୦୪ (ଖବର ଓଡ଼ିଶା): ଚୀନର ଏକ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସକୁ ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ଏହି ଦୁର୍ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଛି । ଟୋଲ ଗେଟରେ ଲାଇନରେ ଛିଡ଼ା ହୋଇଥିବା ଗାଡ଼ିମାନଙ୍କୁ ଏକ ମାଲ ବେଝେଇ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଟ୍ରକର ଚାଳକ ଭାରସାମ୍ୟ ହରାଇବାରୁ ଲାଇନରେ ଛିଡ଼ା ହୋଇଥିବା ଅନ୍ୟ ଗାଡ଼ି ଉପରକୁ ଚଢ଼ି ଯାଇଥିଲା । ଚୀନର ଉତ୍ତର-ପଶ୍ଚିମ ରାଜ୍ୟ ଗାନସୁରେ ଏହି ଅଭାବନୀୟ ଘଟଣା ଘଟିଛି । 

ସୂଚନାଯୋଗ୍ୟ କିଛି ଦିନ ତଳେ ଏକ ଯାତ୍ରୀ ବାହୀ ବସ ବ୍ରିଜ ଉପରେ ନଦୀକୁ ଖସି ପଡ଼ିବାରୁ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଚୋଙ୍ଗକ୍ୱିଙ୍ଗ ସହରରେ ଥିବା ୟାଙ୍ଗତେଜ ନଦୀରେ ଏହି ଘଟଣା ଘଟିଥିଲା । 

 

  • Tags:

Subscribe

National International State Sports Entertainment