ବାଂଲାଦେଶର ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା, ଗୋଷ୍ଠୀ ସଂଘର୍ଷ ମୂଳ କାରଣ
Khabar Odisha:9-people-attacked-on-hindu-temple-in-bangladesh
ବାଂଲାଦେଶ,ଜାନୁଆରୀ ୦୬(ଖବର ଓଡ଼ିଶା):

 ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବାଂଲାଦେଶର ତଙ୍ଗାଲ ଜିଲ୍ଲାରେ ଥିବା ଗୋଟିଏ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିବା ଜଣାପଡ଼ିଛି । ଦୁଇ ପକ୍ଷ ମଧ୍ୟରେ ବିବାଦ କାରଣରୁ ସୃଷ୍ଟି ହୋଇଥିବା ସଂଘର୍ଷରେ  ଗୋଟିଏ ଦଳର ଆଠ ,ନଅ ଜଣ ଆସି ମନ୍ଦିରରେ ଭଙ୍ଗାଭଙ୍ଗି କରିଥିଲେ । ଏପରିକି ସେମାନେ ମନ୍ଦିରର ମାଲିକ ଓ ତାଙ୍କ ପରିବାର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି।

ସୂଚନା ମୁତାବକ ଚିତ୍ତ ରଞ୍ଜନ ଭୂମି କିଣି ସେଠାରେ ଶିବମନ୍ଦିର ନିର୍ମାଣ କରିଥିଲେ । ଗାଁର ଜଣେ ସ୍ଥାନୀୟ ନିବାସୀ ନେତୃତ୍ୱରେ କିଛି ଅସାମାଜିକ ଲୋକ ଚିତ୍ତରଞ୍ଜନଙ୍କ ଘରେ ଭଙ୍ଗାରୁଜ୍ଜା ସହ ତାଙ୍କ ପରିବାରକୁ ଆକ୍ରମଣ କରି ମନ୍ଦିର ଜମି ହଡ଼ପ କରିବାକୁ ଚେଷ୍ଟା କରିଥିଲେ। ରଞ୍ଜନ କହିଛନ୍ତି ଯେ “ଲୋକମାନେ ୨୦ ବର୍ଷ ହେଲା ମନ୍ଦିରରେ ପୂଜା କରିଆସୁଛନ୍ତି । ଏହି କିଛି ଳୋକ ପୂର୍ବରୁ ମଧ୍ୟ  ଜମି ନେବା ପାଇଁ ଚେଷ୍ଟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ନାଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ଜଣାପଡ଼ିଛି।

Subscribe

National International State Sports Entertainment