ଆଦଙ୍କବାଦୀଙ୍କ ସହ ସମ୍ପର୍କ ରଖିବାର ଫଳ ଭୋଗିଲେ ୧୮୫୦୦ ସରକାରୀ କର୍ମଚାରୀ
Khabar Odisha:18500-government-employees-were-terminated-in-turkey-for-terror-connections
ଅଂକାରା, ଜୁଲାଇ୦୮(ଖବର ଓଡ଼ିଶା):

ତୁର୍କୀରେ କାର୍ୟ୍ୟକାରୀ ହୋଇଥିବା ନୂତନ ନିୟମ ଅନୁସାରେ ପ୍ରଶାସନ ପୁଲିସ ଅଧିକାରୀ,ସୈନିକ ଏବଂ ଶିକ୍ଷାବିତଙ୍କ ସମେତ ୧୮,୫୦୦ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିବା ପାଇଁ ଆଦେଶ ଦେଇଛି । ସରକାରୀ ଗେଜେଟରେ କୁହାଯାଇଛି ଯେ ରାଷ୍ଟ୍ରୀୟ ସୁରକ୍ଷା ବିରୋଧରେ କାମ କରୁଥିବା ଆତଙ୍କୀ ସଂଗଠନ ଏବଂ ଗୋଷ୍ଠୀ ଗୁଡିକ ସହିତ ସମ୍ବନ୍ଧ ରଖିଥିବା ସନ୍ଦେହରେ ଏକ ତ୍ଵରିତ ଆଦେଶ କ୍ରମେ ୮,୯୯୮ ପୁଲିସ ଅଧିକାରୀ ସମେତ ୧୮,୬୩୨ ଲୋକଙ୍କୁ ନିଲମ୍ବନ କରାଯାଇଛି ।

୩୦୭୭ ସୈନିକ ନିଲମ୍ବନ,ବାୟୁସେନା-ନୌସେନା ରୁ ମଧ୍ୟ ନିଲମ୍ବିତ ହୋଇଛନ୍ତି ଯବାନ

ତୁର୍କୀ ସରକାରଙ୍କ ମତରେ ସ୍ଥଳସେନାରୁ ୩୦୭୭ ସୈନିକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ବାୟୁସେନାରୁ ୧୯୪୯ ଏବଂ ନୌସେନାରୁ ୧୧୨୬ କର୍ମଚାରୀଙ୍କ ବିରୋଧରେ ଏଭଳି କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସେହି ଆଦେଶରେ କୁହାଯାଇଛି ଯେ ଆଇନ ମନ୍ତ୍ରଣାଳୟ ଏବଂ ଏହା ସହିତ ସମ୍ପୃକ୍ତ ଥିବା ସଂଗଠନ ଗୁଡିକରୁ ୧୦୫୨ ଲୋକସେବକ ମାନଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଜେଣ୍ଡାରମେରିର ୬୪୯ ଏବଂ ତଟରକ୍ଷୀ ବାହନୀରୁ ୧୯୨ ଲୋକଙ୍କୁ ବାହାର କରାଯାଇଛି ।

ଆତଙ୍କୀଙ୍କ ସହ ସମ୍ପର୍କ ଯୋଗୁଁ  ବରଖାସ୍ତ ହୋଇଛନ୍ତି ପ୍ରଫେସର

ନୂଆ ଆଦେଶ ଅନୁଯାୟୀ ପ୍ରଶାସନ ୧୯୯ ଶିକ୍ଷାବିତଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଛି। ରାଷ୍ଟ୍ରପତି ରଜବ-ତୈୟବ-ଏଦ୍ରୋୟାନ ୨୦୧୬ ଜୁଲାଇରେ ସତ୍ତାପରିବର୍ତ୍ତନର ପ୍ରୟାସ କରିବା ପରେ  ତୁର୍କିରେ ଜରୁରୀକାଳୀନ ପରିସ୍ଥିତି ଲାଗୁହୋଇଛି। ଅଧିକାରୀମାେନ ସୋମବାର ଦେଶରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତି ଉଚ୍ଛେଦ ହେବାର ସଙ୍କେତ ଦେଇଥିଲେ । ଏଭଳି ସ୍ଥିତିରେ ତୁର୍କିର ମିଡିଆ ଏହି ଆଦେଶକୁ ‘ଶେଷ ନିଷ୍ପତ୍ତି’ର ଆଖ୍ୟା ଦେଇଛନ୍ତି । ତୁର୍କୀରେ ଦୁଇ ବର୍ଷ ପୂର୍ବେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଏଥିମଧ୍ୟରେ ୭ଥର ବୃଦ୍ଧି କରାଯାଇ ସାରିଛି ଏବଂ ଏହାର ଅୁବଧି ଜୁଲାଇ ୧୯ରେ ଶେଷ ହେଉଛି ।

  • Tags:

Subscribe

National International State Sports Entertainment