ୟୁଏସ: କାର୍ଲିଫର୍ଣ୍ଣିଆ ବାରରେ ଗୁଳିକାଣ୍ଡ, ଏ ପର୍ଯ୍ୟନ୍ତ ୧୩ ମୃତ
Khabar Odisha:13-people-injured-after-a-shooting-in-a-bar-in-amrecias-california
ଥାଉଜଣ୍ଡ ଓକ୍ସ,ନଭେମ୍ବର୦୮(ଖବର ଓଡ଼ିଶା):

 ଆମେରିକାର ସର୍ଦନ କାର୍ଲିଫର୍ଣ୍ଣିଆରେ ଏକ ଜନଗହଳିପୂର୍ଣ୍ଣ ବାରରେ ହୋଇଛି ଗୁଳିକାଣ୍ଡ।  ବୁଧବାର ରାତିରେ ବାରରେ ଜଣେ ସନ୍ଦିଗ୍ଧଙ୍କ ଆଖିବୁଜା ଗୁଳିମାଡ଼ରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି।  ସୁରକ୍ଷାବଳ ଉକ୍ତ ଆତତାୟୀ ଆକ୍ରମଣକାରୀକୁ ଗୁଳି କରି ମାରିଛନ୍ତି। ଭେଣ୍ଟୁରା କାଉଣ୍ଟି ସେରିଫର ଅଫିସ କ୍ୟାପଟେନ୍ ଗେରୋ କୁରେଦଜିଆନ କହିଛନ୍ତି ଯେ ଗୁଳିକାଣ୍ଡରେ ସେରିଫର ଜଣେ ଉପ ଅଧିକାରୀଙ୍କୁ ଗୁଳି ବାଜିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ପର୍ଯ୍ୟନ୍ତ ମୋଟ୍ ଆହତ ବ୍ୟକ୍ତିଙ୍କ ସଂଖ୍ୟା ଜଣା ପଡ଼ିନାହିଁ।

ସେରିଫର ମୁଖପାତ୍ର କହିଛନ୍ତି ଯେ ଥାଉଜଣ୍ଡ ଓକ୍ସର ବର୍ଡରଲାଇନ ବାର ଆଣ୍ଡ ଗ୍ରୀଲରେ ଗୁଳିକାଣ୍ଡ ହୋଇଥିବା ସୂଚନା ସର୍ବପ୍ରଥମେ ରାତି ପ୍ରାୟ ୧୧ଟା ୨୦ ମିନିଟରେ ମିଳିଥିଲା। ଥାଉଜଣ୍ଡ ଓକ୍ସ ଲସଏଞ୍ଜେଲେସଠୁ ପ୍ରାୟ ୪୦ ମାଇଲ ଦୂରରେ ଅବସ୍ଥିତ। ଉପ ଅଧିକାରୀ ଯେବେ ଘଟଣାସ୍ଥଳରେ ପହଞ୍ଚିଲେ ବାରରେ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲେ। ଘଟଣାସ୍ଥଳରେ ଯବାନ ଓ ଅଧିକାରୀ ପହଞ୍ଚି ମାମଲାର ଯାଞ୍ଚ କରୁଛନ୍ତି। 

ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ ଜଣେ ବ୍ୟକ୍ତି ବାର ଭିତରେ ପଶି ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ପୋଲିସ ‘ଲସ ଏଞ୍ଜେଲେସ ଟାଇମ୍ସ’ କୁ କହିଛନ୍ତି ଯେ ଘଟଣାରେ ଅତି କମରେ ୩୦ଟି ଗୁଳି ଫୁଟିଛି। ଏବେ କୌଣସି ବିପଦ ନଥିବା ପୋଲିସ କହିଛି।

Subscribe

National International State Sports Entertainment