ଚକୋଲେଟ ବିଷୟରେ ଜାଣନ୍ତୁ ଏହି ମଜାଦାର ଟିପ୍ସ୍
Khabar Odisha:odisha-health-chocolate-tips
ଭୁବନେଶ୍ୱର, ଜାନୁଆରୀ ୧୨(ଖବର ଓଡିଶା):

ଚକୋଲେଟ ନାଁ ଶୁଣିଲେ ହିଁ ଖାଇବାକୁ ମନ ହୋଇଥାଏ । ବିଭିନ୍ନ ପର୍ବ ଓ ଜନ୍ମଦିନମାନଙ୍କରେ ଏବେ ଚକୋଲେଟ ମିଠାର ସ୍ଥାନ ନେଇଯାଇଛି ।

ଚକୋଲେଟ ସହ ଜଡିତ କିଛି ତଥ୍ୟ ବିଷୟରେ ଆସନ୍ତୁ ଜାଣିବା:-

- ଚକୋଲେଟ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ । କୁହାଯାଏ ଚକୋଲେଟର ବାସ୍ନାରେ ଚିନ୍ତା ଦୂର ହୋଇଥାଏ । 

- ଏକ ଗବେଷଣାରୁ ଜଣାଯାଇଛି କି ଡାର୍କ ଚକୋଲେଟ ଖାଇବା ଦ୍ୱାରା ଆଖିର ଶକ୍ତି ବଢିିବା ସହିତ କାମ କରିବା କ୍ଷମତା ମଧ୍ୟ ବଢିଥାଏ ।

- ଆମେରିକାରେ ଭାରତୀୟ ଗବେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେଉଁ ସାଇକେଲ ଆରୋହୀ ସ୍ପୋର୍ଟସ୍ ଡ୍ରିଙ୍କ ପରିବର୍ତେ ମିଲ୍କ ଚକୋଲେଟ ପିଇଥିଲେ ସେମାନେ ଅଧିକ ସ୍କୋର କରିଲେ ।

- ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଧଳା ଚକୋଲେଟରେ କୋକୋ ସାଁଲିଡ୍ସ ନୁହେଁ କୋକୋ ଲିକର ଥାଏ । ବାସ୍ତବରେ ଏହା ଚକୋଲେଟ ନୁହେଁ । 

- ୪୫୦ ଗ୍ରାମ ଚକୋଲେଟ ତିଆରି କରିବାରେ ୪୦୦ କୋକୋ ବିନ୍ସର ଆବଶ୍ୟକତା ପଡିଥାଏ ।

- ଆମେରିକାରେ ପ୍ରତି ସେକେଣ୍ଡରେ ପାଖାପାଖି ୧୦୦ ପାଉଣ୍ଡ ଚକୋଲେଟ ଲୋକ  ଖାଆନ୍ତି ।

- ଦୁନିଆର ୪୦ ପ୍ରତିଶତ ବାଦାମ କେବଳ ଚକୋଲେଟ ତିଆରିରେ ବ୍ୟବହୃତ ହୋଇଥାଏ ।

- କାଶ ହୋଇଥିଲେ ଓøଷଧ ପରିବର୍ତେ ଚକୋଲେଟ ଖାଇଲେ ଏହାର ପ୍ରଭାବ ଅଧିକ ପଡିଥାଏ । 

- ଆମେରିକାରେ ଜୁଲାଇ ୭କୁ ‘ଚକୋଲେଟ ଡେ’ ଭାବରେ ପାଳନ କରନ୍ତି ।

Subscribe

National International State Sports Entertainment