ମାଗି ଖାଇବା ଲୋକ ହୋଇଯାଆନ୍ତୁ ସତର୍କ
Khabar Odisha:maggie-fond-of-eating-food
ନୂଆଦିଲ୍ଲୀ, ଜାନୁଆରୀ ୧୦(ଖବର ଓଡିଶା):

ନିକଟରେ ବେଭରେଜ ନେସଲେ ଇଣ୍ଡିଆ କମ୍ପାନୀ ନିଜେ ସୁପ୍ରିପକୋର୍ଟରେ ସ୍ୱୀକାର କରିଛନ୍ତି କି ଏହାର ସବୁଠୁ ଲୋକପ୍ରିୟ ଏଫଏମସିଜି ଉତ୍ପାଦ ମାଗିରେ ଲେଡର ମାତ୍ରା ଅଧିକ ରହୁଛି । କୋର୍ଟରେ ଏହି ମାମଲାର ଶୁଣାଣିବେଳେ କମ୍ପାନୀର ଓକିଲ ନିଜେ ଏହାକୁ ସ୍ୱୀକାର କରିଛନ୍ତି ।

ମାଗିରେ ଲେଡର ମାତ୍ରା କେତେ ରହିବା ଦରକାର ଆସନ୍ତୁ ଜାଣିବା :-

ମାଗିରେ ଲେଡର ମାତ୍ରା ୦.୦୧ ରୁ ୨.୫ ପିପିଏମ ପର୍ଯ୍ୟନ୍ତ ରହିବା ଦରକାର କିନ୍ତୁ ୨୦୧୫ରେ ଏହାର ମାତ୍ରା ୧୭.୨ ପିପିଏମ ହେଇଗଲା । ଏଫଏସଏସଏଆଇ କହିଛନ୍ତି କି, ନେସଲେ କମ୍ପାନୀ ନିଜ ଉତ୍ପାଦନକୁ ବିନା ମଞ୍ଜୁରୀରେ ମାଗି, ଓଟସ୍ ମସଲା ଓ ନୁଡଲ୍ସ ଦୋକାନରେ ବିକ୍ରି କରାଯାଉଛି । ଯାହା ଆଇନ ଅନୁସାରେ ସମ୍ପୂର୍ଣ୍ଣ ଅବୈଧ ଅଟେ । ଯଦି ଜିନିଷରେ ଲେଡ ଓ ମନୋସୋଡିୟମ ଗ୍ଲୁଟାମେଟର ମାତ୍ରା ଅଧିକ ବ୍ୟବହାର କରାଯାଇଛି ତେବେ ପ୍ୟାକେଟରେ ଏହା ଉଲ୍ଲେଖ କରିବା ଅନିର୍ବାଜ୍ୟ ଅଟେ । 

Subscribe

National International State Sports Entertainment