ଭାରତରେ କର୍କଟ ନେଉଛି ଜୀବନ: ଚଳିତ ବର୍ଷ ୧୧ ଲକ୍ଷ ରୋଗୀ ଚିହ୍ନଟ, ପ୍ରାଣ ହରାଇଛନ୍ତି ୭ ଲକ୍ଷରୁ ଉର୍ଦ୍ଧ୍ୱ
Khabar Odisha:in-india-7-lakhs-people-died-in-cancer
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା):

ସମଗ୍ର ପୃଥବୀରେ କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଚଳିତ ବର୍ଷ ୧.୮ କୋଟି ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ଏବଂ ସେମାନଙ୍କ ମଧ୍ୟରୁ ୯୬ ଲକ୍ଷ ଲୋକ ଏହି ଆତ୍ମଘାତୀ ରୋଗରେ ପ୍ରାଣ ହରାଇବେ ବୋଲି ସଂଯୁକ୍ତ ରାଷ୍ଟ୍ରର ରସର୍ଚ୍ଚ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଭାରତରେ ମଧ୍ୟ କ୍ୟାନସ୍‌ର ସ୍ଥିତି ଉଦବେଗ ରହିଛି । ଭାରତରେ ଚଳିତ ବର୍ଷ ମୋଟ ୧୧ ଲକ୍ଷ ୫୭ ହଜାର ୨୯୪ ଲୋକ କର୍କଟରେ ପୀଡ଼ିତ ହୋଇଥିବାବେଳେ ମହିଳା ୫ ଲକ୍ଷ ୮୭ ହଜାର ୨୪୯ ଓ ପୁରୁଷ ସଂଖ୍ୟା ୫ ଲକ୍ଷ ୭୦ ହଜାର ୪୫ ରହିଛନ୍ତି । ଏଥି ମଧ୍ୟରୁ ୭, ୮୪, ୮୨୧ ଜଣ ପ୍ରାଣ ହରାଇଥିବା ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନସର୍‌ (ଆଇଏଆର୍‌ସି) ରିପୋର୍ଟରେ ପ୍ରକାଶ ପାଇଛି ।

ଆଇଏଆର୍‌ସି ରିପୋର୍ଟ ମୁତାବକ ଆଗକୁ ଆସୁଥିବା କର୍କଟ ରୋଗୀଙ୍କ ମଧ୍ୟରେ ଅଧା ଲୋକ ଏସିଆରୁ ହେବେ । ୧୮୫ଟି ଦେଶରୁ ୩୬ ପ୍ରକାର କ୍ୟାନସର୍‌ ରୋଗ ଚିହ୍ନଟ ହୋଇଛି । ଭାରତରେ ଲୋକ ସ୍ତନ କର୍କଟ, ମୁଖ କର୍କଟ, ଗର୍ଭାଶୟ ଏବଂ ଉଦର କର୍କଟରେ ପୀଡ଼ିତ ହୋଇଥାଆନ୍ତି । ୯.୮୧ ପ୍ରତିଶତ ପୁରୁଷଙ୍କୁ କର୍କଟ ହେବାର ଆଶଙ୍କାଥିବାବେଳେ ସେମାନଙ୍କୁ ମଧ୍ୟରୁ ୭.୩୪ ପ୍ରତିଶତ ମୃତ୍ୟୁ ବରଣ କରିବାର ଅଧିକ ସମ୍ଭାବନା ରହିଛି । ସେହିପରି ମହିଳାଙ୍କ କ୍ଷେତ୍ରରେ ୯.୪୨ ପ୍ରତିଶତ ଆକ୍ରାନ୍ତ ହେବାକୁ ଥିବାବେଳେ ୬.୨୮ ପ୍ରତିଶତ ପ୍ରାଣ ହରାଇ ପାରନ୍ତି । 

୧୯୯୦ ମସିହାରେ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୫.୫ ଲକ୍ଷ ଥିବାବେଳେ ୨୦୧୬ରେ ୧୦.୬ ଲକ୍ଷରେ ପହଁଚିଥିବା ଇଣ୍ଡିଆନ୍‌ ମେଡ଼ିକାଳ ଇନ୍‌ଷ୍ଟିଚ୍ୟୁସନ୍‌ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment