କ୍ୟାନସର ଭଳି ଦୂରାରୋଗ୍ୟର ୫୦ଟି ଔଷଧ ହେବ ଶସ୍ତା, କେନ୍ଦ୍ର ସରକାର ନେଲେ ନିଷ୍ପତି
Khabar Odisha:health-national-odisha-after-capping-trade-margin-charges-50-cancer-and-other-drugs-get-cheaper
ନୂଆଦିଲ୍ଲୀ, ଜାନୁଆରୀ ୨୩(ଖବର ଓଡିଶା):

ଗୁରୁତ୍ୱପୂର୍ଣ୍ଣ ଔଷଧ  ଗୁଡିକରୁ ମିଳୁଥିବା ଲାଭକୁ ଶେଷ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛି । କ୍ୟାନସର ଓ ଅନ୍ୟ ଦୁର୍ଲଭ ରୋଗର ୫୦ରୁ ଉର୍ଦ୍ଧ ଔଷଧ  ଗୁଡିକ ଉପରେ ନିଆଯାଉଥିବା ଲାଭକୁ ନିର୍ଦ୍ଧାରିତ କରାଯିବ । ଓøଷଧଗୁଡିକୁ ବିକ୍ରେତା ଓ ପାଇକାରୀ  ବେପାରୀ ଦ୍ୱାରା ୨୫-୩୦% ଦରରେ ଅଣାଯାଇଥାଏ, ଯାହା ଫଳରେ ଓøଷଧର ମୂଲ୍ୟ ବୃଦ୍ଧି ହୋଇଯାଇଥାଏ । ଯାହାକୁ ବର୍ତମାନ ମୂଲ୍ୟ ବିନିମୟରେ ଛାଡ କରାଯାଇଛି । ଏନେଇ ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି ।

ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ୫୦ଟି ଔଷଧ ର ତାଲିକାକୁ ଡିରେକ୍ଟର ଜେନେରାଲ ଅଫ୍ ହେଲ୍ଥ ସର୍ଭିସ (ଡିଜିଏଚଏସ୍) ତିଆରି କରିଛି । ଏହି ଓøଷଧ ଗୁଡିକ ମଧ୍ୟରୁ ୩୯ଟି ଏପରି ଓøଷଧ ଅଛି ଯାହା କ୍ୟାନସର ଓ ଦୁର୍ଲଭ ରୋଗରେ ବ୍ୟବହାର କରାଯାଏ ।

ପ୍ରଧାନମନ୍ତ୍ରୀ କାର‌୍ୟାଳୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏକ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ । ଯାହା କ୍ୟାନସର ଓ ଦୁର୍ଲଭ ରୋଗକୁ ଭଲ କରିବାରେ ବ୍ୟବହୃତ ହୁଏ କିନ୍ତୁ ତାହା ତାଲିକାରେ ଉଲ୍ଲେଖ ହୋଇନାହିଁ । ଏହି ଔଷଧ  ଗୁଡିକର ମୂଲ୍ୟ ଶସ୍ତା କରିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ । ଏହି ରୋଗ ଗୁଡିକର ଚିକିତ୍ସା ବହୁ ମୂଲ୍ୟର ହୋଇଥାଏ ଓ ଏହାର ଓøଷଧ ମୂଲ୍ୟ ମଧ୍ୟ ଅଧିକ ଥାଏ । ଯାହା ଫଳରେ ବହୁ ଲୋକ, ବିଶେଷ କରି ଗରିବ ମାନେ ଅସୁବିଧାରେ ସମ୍ମୁଖିନ ହୋଇଥାନ୍ତି ।

ଅଧିକାରୀଙ୍କ କହିବାନୁସାରେ ତାଲିକା ଦିଆସରିଛି ଓ ଏନେଇ ଆଦେଶ ଖୁବ ଶୀଘ୍ର ଜାରି କରାଯିବ ।  ସରକାର ଟ୍ରେଡ ମାର୍ଜିନରେ ଲାଭକୁ ନିର୍ଦ୍ଧାରିତ କରିବା ପାଇଁ ‘ ଡ୍ରଗ୍ ପ୍ରାଇଜ୍ କଂଟ୍ରୋଲ ଅର୍ଡର’ର ପାରା ୧୯ର ବ୍ୟବହାର କରିବେ । ଯଦ୍ୱାରା ଜନହିତ ପାଇଁ  ଅସାଧାରଣ ପରିସ୍ଥିତିକୁ ସାମ୍ନା କରି ନିୟନ୍ତ୍ରଣ ନିର୍ଦ୍ଧାରିତ ହେବ । ବହୁ କ୍ୟାନସର ଓ ଦୁର୍ଲଭ ରୋଗର ଔଷଧର ମୂଲ୍ୟ ବହୁତ ଅଧିକ ଅଛି ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି ।

ସରକାରଙ୍କ ଦ୍ୱାରା ବେପାର ମାର୍ଜିନରେ ପରିବର୍ତନ କରି ଏହି ଔଷଧକୁ ଶସ୍ତା କରାଯିବ । ପାଇକାରୀ ବିକ୍ରେତା, ବିତରକ ଓ  ଔଷଧ  ବ୍ୟବସାୟୀ ଦ୍ୱାରା ନିଆଯାଇଥିବା ଅତ୍ୟାଧିକ ଲାଭକୁ ନିୟନ୍ତ୍ରଣ କରାଯିବ । ବର୍ତମାନର ତାଲିକା ଅନ୍ତର୍ଭୁକ୍ତ ମୂଲ୍ୟ-ନିୟନ୍ତ୍ରିତ ଔଷଧ ଉପରେ ବେପାର ମାର୍ଜିନକୁ କ୍ରମଶଃ ୮% ଓ ୧୬%ରେ  ପାଇକାରୀ ବେପାରୀ ଓ ଖୁଚୁରା ବେପାରୀଙ୍କ ପାଇଁ ରଖାଯାଇଛି । 

Subscribe

National International State Sports Entertainment