ସ୍ମାର୍ଟଫୋନ ଓ ଲ୍ୟାପଟପରେ ଯାଇପାରେ ଆଖିର ଦୃଷ୍ଟି ଶକ୍ତି, ଏ ହେଉଛି କାରଣ
Khabar Odisha:blue-light-emitted-from-smartphones-and-other-digital-devices-can-accelerate-blindness-eye-retina-into-cell-killers
ନୂଆଦିଲ୍ଲୀ, ଅଗଷ୍ଟ୧୧(ଖବର ଓଡ଼ିଶା):

ସ୍ମାର୍ଟଫୋନ, ଲ୍ୟାପଟପ୍ ପରି ଡିଜିଟାଲ ଡିଭାଇସର ଅଧିକ  ବ୍ୟବହାର ଆପଣଙ୍କୁ ଅନ୍ଧ କରିପାରେ। ପିଟିଆଇର ରିପୋର୍ଟ ମୁତାବକ ଏହି ଅଧ୍ୟୟନ ସାଇନଟିଫିକ ରିପୋର୍ଟ୍ସ ଜର୍ଣ୍ଣାଲରେ ହୋଇଛି।

ଅଧ୍ୟୟନ ମୁତାବକ ଡିଜିଟାଲ ଡିଭାଇସରୁ ନିର୍ଗତ  ହେଉଥିବା ବ୍ଲୁ ଲାଇଟ ଆଖିର ଆଲୁଅକୁ ସଂପୂର୍ଣ୍ଣ ପ୍ରଭାବିତ କରିଥାଏ। ଏହି କାରଣରୁ ଏହି ଡିଭାଇସକୁ ବ୍ୟବହାର କରୁଥିବା ଲୋକେ ଅନ୍ଧ ମଧ୍ୟ ହୋଇ ପାରନ୍ତି। ଅଧ୍ୟୟନ  ଅନୁସାରେ ବ୍ଲୁ ଲାଇଟ ଆଖିର ରେଟିନାରେ ଥିବା ମହତ୍ଵପୂର୍ଣ୍ଣ ମଲିକ୍ୟୁଲ୍ସକୁ ସେଲ କିଲରରେ ପରିଣତ କରିଥାଏ। 

ଏଥିରେ ଲାଇଲାଜ ବେମାର ମ୍ୟାକ୍ୟୁଲର ଡିଜେନେରସକୁ ଜନ୍ମ ଦେଇଥାଏ। ଏଥିରେ ଆଖିର ରେଟିନାରେ ଥିବା ଫଟୋ ରିସେପଟର କୋଷିକାକୁ ନଷ୍ଟ କରି ଦେଇଥାଏ। ସାଧାରଣତଃ ଏହି ରୋଗ ୫୦ ରୁ ୬୦ ବର୍ଷର ଲୋକଙ୍କଠାରେ ହୋଇଥାଏ। ମାତ୍ର ଡିଜିଟାଲ ଡିଭାଇସ କାରଣରୁ ଆପଣ ମଧ୍ୟ ଖୁବ୍ ଶୀଘ୍ର ଏହି ରୋଗର ଶିକାର ହୋଇ ପାରନ୍ତି। 

ଆମେରିକାର ୟୁନିଭର୍ସିଟି ଅଫ ଟୋଲିଡୋର ସହାୟକ ପ୍ରଫେସର ଅଜିତ କରୁଣାରତ୍ନେଙ୍କ ମୁତାବକ ଆଜିକାଲି ଲୋକେ କ୍ରମାଗତ ଡିଜାଇଲ ଡିଭାଇସର ବ୍ଲୁ ଲାଇଟର ଏକ୍ସପୋଜରେ ରହୁଛନ୍ତି। ଏହି ବ୍ଲୁ ଲାଇଟ୍ ରେଟିନାକୁ ପ୍ରଭାବିତ କରିଥାଏ। 

ଅଜିତ୍ କରୁଣାରତ୍ନେ ଆଶାପୋଷଣ କରିଛନ୍ତି ଯେ ଏହି ଅଧ୍ୟୟନ ଜରିଆରେ ଲାଇଲାଜ ରୋଗର ଚିକିତ୍ସା ପଦ୍ଧତି କରାଯାଇ ପାରିବ। ‘ସାଇନଟିଫିକ୍ ରିପୋର୍ଟ୍ସ’ର ରିପୋର୍ଟ ମୁତାବକ ବ୍ଲୁ ଲାଇଟ ଆଖିର ଫଟୋରିସେପ୍ଟର କୋଷିକାରେ ବିଷାକ୍ତ ରାସାୟନିକ ଉପାଦାନ ସୃଷ୍ଟି କରିଥାଏ ଏବଂ ଏହାକୁ ବୃଦ୍ଧି କରିବାରେ ସାହାଯ୍ୟ ମଧ୍ୟ କରିଥାଏ। ଏହି କାରଣରୁ ଆଖିର ଦୃଷ୍ଟି ଶକ୍ତି ବହୁତ ପ୍ରଭାବିତ ହୋଇଥାଏ। 

ଏହି ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ବ୍ଲୁ ଲାଇଟରେ କେବଳ ଆଖି ନୁହେଁ ବରଂ ଶରୀର ଅନ୍ୟ ଅଂଶର କୋଷିକା ମଧ୍ୟ ପ୍ରଭାବିତ ହୋଇଥାଏ।

  • Tags:

Subscribe

National International State Sports Entertainment