ନିୟମିତ ଖାଆନ୍ତୁ ଧନିଆ ପତ୍ର, ବିଭିନ୍ନ ରୋଗ ସହିତ ପେଟର ଷ୍ଟୋନ ମଧ୍ୟ ଦୂର ହେବ
Khabar Odisha:benefits-of-coriander-leafs
ଭୁବନେଶ୍ୱର, ଡିସେମ୍ବର ୧୪ (ଖବର ଓଡିଶା):

ଧନିଆ ପତ୍ର ଖାଦ୍ୟର ସୁଗନ୍ଧ ଓ ସ୍ୱାଦ ବଢାଇବା ପାଇଁ ପକାଯାଇଥାଏ । ଏଥିରେ ଆୟରନ, ମାଗ୍ନେସିୟମ, ଭିଟାମିନ ସି, ଭିଟାମିନ କେ ଓ ପ୍ରୋଟିନର ଭରପୁର ମାତ୍ରା ଥାଏ । ଶୀତ ଦିନେ ରୋଗଠାରୁ ଦୂର ରଖିବାରେ ‘ଧନିଆ ପତ୍ର’ ଲାଭଦାୟକ ସହ ତ୍ୱଚାକୁ ସୁନ୍ଦରତା ପ୍ରଦାନ କରିଥାଏ । 

ଆସନ୍ତୁ ଜାଣିବା ଧନିଆ ପତ୍ରର ଉପକାରିତା:

-   ଧନିଆ ପତ୍ରରେ  ଆୟରନ, ମାଗ୍ନାସିୟମ, ଭିଟାମିନ ସି, ଭିଟାମିନ କେ ଓ ପ୍ରୋଟିନର ଭରପୁର ମାତ୍ରା ଥାଏ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରାଇଥାଏ ।

- ଅଁଳା ସହ ଧନିଆ ପତ୍ରକୁ ମିଶାଇ ଖାଇଲେ ମୁଣ୍ଡ ବୁଲାଇବାରୁ  ମୁକ୍ତି ମିଳିଥାଏ । 

- ଧନିଆ ପତ୍ର ସେବନ ଦ୍ୱାରା ତ୍ୱଚାରୁ ବ୍ରଣ ସମସ୍ୟା ଓ ବ୍ଲାକହେଡସରୁ ମୁକ୍ତି ମିଳିଥାଏ । 

- ପେଟ ଜନିତ ସମସ୍ୟା ଗ୍ୟାସ, ଏସିଡିଟିକୁ ଦୂର କରିବା ପାଇଁ  ଧନିଆ ପତ୍ରର ସେବନ କରନ୍ତୁ । 

- ସକାଳେ ଧନିଆକୁ  ଗରମ ପାଣିରେ ଫୁଟେଇ ଛାଣି ସେହି ପାଣିକୁ  ଖାଲି ପେଟରେ ପିଇଲେ ପେଟରେ ଥିବା ଷ୍ଟୋନ ମୁତ୍ର ମାଧ୍ୟମରେ ନିଷ୍କାସିତ ହୋଇଯାଏ । 

Subscribe

National International State Sports Entertainment