ହୃଦଘାତ ଏଡ଼ାଇବା ପାଇଁ ଦୈନିକ ଦୌଡ଼ନ୍ତୁ
Khabar Odisha:Start-your-running-for-fit-your-heart
ଭୁବନେଶ୍ୱର, ଅଗଷ୍ଟ ୧୬(ଖବର ଓଡ଼ିଶା) :

ଦୌଡ଼ିବା ଦ୍ୱାରା ହୃଦସ୍ପନ୍ଦନ ବଢିଯାଇଥାଏ । ପ୍ରତ୍ୟେକ ସ୍ପନ୍ଦନରେ ହୃଦୟ ଅଧିକମାତ୍ରାରେ ରକ୍ତକୁ ପମ୍ପ କରିଥାଏ । ଏହାଦ୍ୱାରା ରକ୍ତନଳୀ ଗୁଡ଼ିକ ସକ୍ରିୟ ରହିଥାଏ । ହୃଦୟ ଶକ୍ତିଶାଳୀ ହୋଇଥାଏ ଏବଂ ହୃଦରୋଗର ଆଶଙ୍କା ହ୍ରାସ ପାଇଥାଏ ।

ଯଦି ଆପଣଙ୍କ ବୟସ ୪୦ ବର୍ଷରୁ ଅଧିକ ହୋଇଥାଏ, ତେବେ ଆପଣ ଦୌଡ଼ିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ । ଦୌଡ଼ିବା ଠାରୁ ଭଲ ଏବଂ ସହଜ ବ୍ୟାୟମ ଅନ୍ୟ କିଛି ହୋଇନପାରେ । ଯଦି ଆପଣ ଫିଟ ରହିବା ପାଇଁ  ଚାହାନ୍ତି ତେବେ ସବୁଠୁ ଭଲ କଥା ହେଉଛି ଦୌଡ଼ିବା । କାହିଁକିନା ଏହା ଆମ ହୃଦୟ ପାଇଁ ଲାଭଦାୟକ ହୋଇଥାଏ । ଦୌଡ଼ିବା ଦ୍ୱାରା ଉଚ୍ଚ ରକ୍ତଚାପର ବିପଦ କମିଥାଏ । ରକ୍ତରେ କୋଲଷ୍ଟ୍ରଲର ପରିମାଣ ହ୍ରାସ କରାଇଥାଏ । ଯଦି ଆପଣଙ୍କ ବୟସ ୪୦ ବର୍ଷରୁ କମ୍ ଓ ଆପଣ କୌଣସି ରକ୍ତଚାପ ଜନିତ ସମସ୍ୟା ଭୋଗୁନଥାନ୍ତି ତେବେ ଆପଣ ଏବେ ଦୌଡ଼ିବା ଆରମ୍ଭ କରନ୍ତୁ । ଯଦି ଉଚ୍ଚ ରକ୍ତଚାପର ସମସ୍ୟା ଅଛି ତେବେ ଦୌଡ଼ିବା ଆପଣଙ୍କ ପାଇଁ ପ୍ରାଣଘାତୀ ହୋଇପାରେ । ପ୍ରତି ସପ୍ତାହରେ ଦୌଡ଼ିବା ଗତି ୧୦ ପ୍ରତିଶତ ହିସାବରେ ବୃଦ୍ଧି କରନ୍ତୁ । ସପ୍ତାହରେ ୨-୩ ଦିନ ଶରୀରକୁ ବିଶ୍ରାମ ଦିଅନ୍ତୁ । 

  • Tags:

Subscribe

National International State Sports Entertainment