ଅସହାୟ ରୋଗୀଙ୍କ ପାଇଁ ଏସସିବିରେ ୫ଟି ବିଭାଗରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ
Khabar Odisha:Special-ward-open-in-SCB-For-Unknown-patient
ଭୁବନେଶ୍ୱର,ନଭେମ୍ବର ୧୭(ଖବର ଓଡ଼ିଶା):

 ଓଡିଶାର ପ୍ରମୁଖ ଏସସିବି ମେଡିକାଲରେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି। ଶିଶୁ, ସର୍ଜରୀ, ଅସ୍ଥିଶଲ୍ୟ, ପ୍ରସୂତି ଓ ମେଡ଼ିସିନ୍ ଏହି ପାଞ୍ଚଟି ବିଭାଗରେ ଅପରିଚିତ ରୋଗୀଙ୍କ ପାଇଁ ଖୋଲାଯାଇଛି ସ୍ୱତନ୍ତ୍ର ୱାର୍ଡ। ଏହି ସମସ୍ତ ସ୍ୱତନ୍ତ୍ର ୱାର୍ଡରେ ମୋଟ ୫୫ଟି ବେଡ୍ ବ୍ୟବସ୍ଥା କରାଯାଇଛି। 

ସୂଚନାଯୋଗ୍ୟ, ବଡ଼ ମେଡ଼ିକାଲର ମେଡିସିନ୍ ୱାର୍ଡ ନିକଟରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ପଡିଥିଲା । ଏହି ଘଟଣା ଗଣମାଧ୍ୟମରେ ପ୍ରଚାର ହେବା ପରେ କଟକ ବଡ଼ ମେଡ଼ିକାଲ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ଘଟଣା ଘଟିବାର ପ୍ରାୟ ୨୫ ଦିନ ପରେ ଉପରୋକ୍ତ ବିଭାଗରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି। କୌଣସି ଅପରିଚିତ ବା ଅସହାୟ ବ୍ୟକ୍ତି ଏହି ବିଭାଗରେ ଚିକିତ୍ସିତ ହୋଇପାରିବେ। ଏତଦବ୍ୟତିତ ଜାତୀୟ ମାନବାଧିକାର କମିସନ ମଧ୍ୟ ଏସସିବିରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ପୂର୍ବରୁ ପରାମର୍ଶ ଦେଇଥିଲେ।        

Subscribe

National International State Sports Entertainment