ବିମାନ ଅବତରଣ କଲା, କିନ୍ତୁ ଭାରତୀୟ ରୋଗୀଙ୍କୁ ଡ଼ାକ୍ତରଖାନା ଯିବାକୁ ଛାଡ଼ିଲାନି ପାକିସ୍ଥାନ
Khabar Odisha:Pak-doctor-dented-to-treat-Indian-patient
ନୂଆଦିଲ୍ଲୀ, ଅଗଷ୍ଟ ୧୫(ଖବର ଓଡ଼ିଶା) :

ପାକିସ୍ଥାନ ପୁଣି ଥରେ ମାନବିକତା ବିହୀନ ଆଚରଣ ପ୍ରଦର୍ଶନ କରିଛି । ଟର୍କିଶ ବିମାନରେ ଯାତ୍ରା କରୁଥିବା ବେଳେ ଅଚାନକ ବେହୋସ ହୋଇ ତଳେ ପଡ଼ିଯାଇଥିବା ଜଣେ ଭାରତୀୟ ଯାତ୍ରୀ ପାଇଁ ପାକିସ୍ଥାନ ତାର ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ସିଧାସଳଖ ମନା କରିଦେଇଛି ।

ରାଜସ୍ଥାନ ଅଲବର ଜିଲ୍ଲାର ଭିବାଡ଼ି ନିବାସୀ ୩୩ ବର୍ଷର ବିପିନ କୁମାର ଗୁଡ଼ଗାଁର ଏକ ବୀମା କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି । ଦୁଇଦିନ ତଳେ ତାଙ୍କ କମ୍ପାନୀ ତାଙ୍କୁ ଜଳନ୍ଧର ନିବାସୀ ପଙ୍କଜ ମେହେତାଙ୍କ ସହିତ ୩ ଦିନିଆ ତୁର୍କି ପରିଦର୍ଶନରେ ପଠାଇଥିଲା । ଅଗଷ୍ଟ ୧୨ ତାରିଖ ରାତି ୮.୩୦ରେ ଫ୍ଲାଇଟ ଇସ୍ତାନବୁଲ ବିମାନ ବନ୍ଦରରୁ ଦିଲ୍ଲୀ ଆସୁଥିବାବେଳେ ରାତି ୧ଟା ବେଳେ ବିପିନଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡ଼ି ଯାଇଥିଲା । ସେ ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ବିମାନରେ ଥିବା ଜଣେ ଭାରତୀୟ ଡ଼ାକ୍ତର ଚିକିତ୍ସା କରିଥିଲେ । ଜରୁରୀ ସ୍ଥିତି ସୃଷ୍ଟି ହେବା ପରେ ପାଇଲଟ ୧.୩୦ରେ ପ୍ଲେନକୁ ଲାହୋର ବିମାନ ବନ୍ଦରରେ ଅବତରଣ କରାଇଥିଲେ । ଲେଣ୍ଡିଙ୍ଗ ପରେ ପାକିସ୍ଥାନୀ ଡ଼ାକ୍ତର ପହଂଚିଥିଲେ  ସତ ହେଲେ ଚିକିତ୍ସା ପାଇଁ ହସ୍ପିଟାଲ ନେବାକୁ ଇମିଗ୍ରେସନ ଅନୁମତି ଦେଇନଥିଲେ । ଗୁରୁତର ଅସୁସ୍ଥ ବିପିନଙ୍କୁ ଦିଲ୍ଲୀରେ ପହଂଚିବା ପରେ ମେଦାନ୍ତ ହସ୍ପିଟାଲକୁ ନିଆଯିବା ପରେ ଚିକିତ୍ସା ମିଳିଲା । ସେ ଏବେ ସୁସ୍ଥ ଥିବା ଜଣାଯାଇଛି । 

  • Tags:

Subscribe

National International State Sports Entertainment