ଜଗା କାଳିଆ : ଅପରେସନକୁ ପୁରିଲା ବର୍ଷେ, ଡ଼ାକ୍ତର କହିଲେ ସୁସ୍ଥ ହେବା ପାଇଁ ଲାଗିବ ଅଧିକ ସମୟ
Khabar Odisha:One-year-campsite-of-jaga-kalia-operation
ନୂଆଦିଲ୍ଲୀ, ଅଗଷ୍ଟ ୨୮(ଖବର ଓଡ଼ିଶା) :

ଗତ ବର୍ଷ ୨୮ ତାରିଖରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ଦିଲ୍ଲୀ ଏମସରେ କରାଯାଇଥିଲା । ଜାପାନର ବିଶେଷଜ୍ଞଙ୍କ ନେତୃତ୍ୱରେ ୪୦ ଜଣିଆ ଡ଼ାକ୍ତରୀ ଟିମ୍ ୨୪ ଘଣ୍ଟାର ମାରାଥନ ଅସ୍ତ୍ରୋପଚାର କରାଇ ଚିକିତ୍ସା ବିଜ୍ଞାନ ଇତିହାସରେ ଯୋଡ଼ି ଥିଲେ ଆଉ ଏକ ସଫଳ ଅଧ୍ୟାୟ । ଦୁହିଁଙ୍କ ମସ୍ତିଷ୍କରେ କୃତ୍ରିମ ଶିରା ପ୍ରଶିରା ପ୍ରତିରୋପଣ ଥିଲା ଚିକିତ୍ସା ବିଜ୍ଞାନର ପ୍ରଥମ ଘଟଣା । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ କରାଯାଇଥିଲା । ଅପରେସନର ବର୍ଷେ ପରେ ବି ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ଜଣାପଡ଼ିଛି ।

ଜଗାର ସ୍ୱାସ୍ଥ୍ୟରେ ଦ୍ରୃତ ପରିବର୍ତ୍ତନ ଆସିଥିବାବେଳେ କାଳିଆର ସ୍ୱାସ୍ଥ୍ୟରେ ସମସ୍ୟା ରହିଛି । କାଳିଆ ଦୁର୍ବଳ ଥିବା ଦେଖିବା ପରେ ଏବେ ଡ଼ିସଚାର୍ଯ୍ୟ ନକରି ଆଉ କିଛି ଦିନ ଚିକିତ୍ସା ଚାଲିବ ବୋଲି ଏମସ କର୍ତ୍ତୃପକ୍ଷ କହିଛନ୍ତି । ଜଗାର ଆଉ ଏକ ଅସ୍ତ୍ରୋପଚାର ହେବ । କାଳିଆ ଉପରେ ଡ଼ାକ୍ତରମାନଙ୍କ ନଜର ରହିବ । ଏଣେ କନ୍ଧମାଳର ମିଲୁପଡ଼ାରେ ଜଗା କାଳିଆଙ୍କ ଆଉ ଦୁଇ ଭାଇଭଉଣୀ ବର୍ଷେ ହେବ ବାପା ମାଙ୍କୁ ନଦେଖି ଜେଜେ ବାପା ଓ ଜେଜେ ମା ପାଖରେ ରହିଛନ୍ତି । ଜଗା କାଳିଆଙ୍କ ନିରାମୟ ସ୍ୱାସ୍ଥ୍ୟ କାମନା କରି ସାରା ଓଡ଼ିଶାବାସୀ ପ୍ରାର୍ଥନା ଓ ଦୀପଦାନ କରିଛନ୍ତି । 

  • Tags:

Subscribe

National International State Sports Entertainment