ଦୁର୍ଗମ ଅଞ୍ଚଳରେ ୪୮୩ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର
Khabar Odisha:Odisha-government-recruits-483-new-doctors
ଭୁବନେଶ୍ୱର, ୨୩ ଅଗଷ୍ଟ (ଖବର ଓଡ଼ିଶା):

ରାଜ୍ୟ ସରକାରଙ୍କ ତ୍ୱରାନ୍ୱିତ ନିଯୁକ୍ତି ପ୍ରକ୍ରିୟାକୁ ଜାରି ରଖାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ୪୮୩ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଜନସାଧାରଣଙ୍କ ସୁବିଧା ପାଇଁ ବିଶେଷକରି ଦୁର୍ଗମ ଅଞ୍ଚଳରେ ଏହି ଡାକ୍ତରମାନଙ୍କ ନିଯୁକ୍ତିକୁ ପ୍ରାଥମିକତା ଦିଆଯାଇଛି ।  

ଅପରପକ୍ଷରେ ସଚିବାଳୟରେ ଖୁବଶୀଘ୍ର ୫୦୦ ସହକାରୀ ଉପବିଭାଗ ଅଧିକାରୀ ନିଯୁକ୍ତି ପାଇବେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ୨୦୧୮ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ । ଏହାଦ୍ୱାରା ସଚିବାଳୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହୋଇପାରିବ । 

  • Tags:

Subscribe

National International State Sports Entertainment