ଦୂର ହେବ ମ୍ୟାଲେରିଆ
Khabar Odisha:MOU-Sign-between-Malaria-No-More-and-malaria-Trust
ଭୁବନେଶ୍ୱର, ଅଗଷ୍ଟ ୨୮(ଖବର ଓଡ଼ିଶା):

 ଏଣିକି ରାଜ୍ୟରୁ ମ୍ୟାଲେରିଆ ରୋଗ ଦୂର ହେବ। ମଙ୍ଗଳବାର ରାଜ୍ୟ ସରକାର ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମ୍ୟାଲେରିଆ ନିରାକରଣ ପାଇଁ ଦୁଇଟି ସଂସ୍ଥା ସହ ହାତ ମିଳାଇଛନ୍ତି। ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆମେରିକୀୟ ସଂସ୍ଥା ମ୍ୟାଲେରିଆ ନୋ ମୋର ଏବଂ ଭାରତୀୟ ସଂସ୍ଥା ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । 

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟ ସରକାର ମ୍ୟାଲେରିଆ ନିରାକରଣ ଦିଗରେ ସୁଚିନ୍ତିତ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଛନ୍ତି ।  ଫଳରେ ରାଜ୍ୟରେ ମ୍ୟାଲେରିଆ ପ୍ରକୋପ ଆଶାତୀତ ଭାବେ ହ୍ରାସ ହ୍ରାସ ପାଇଥିବାରୁ ଉପରୋକ୍ତ ସଂସ୍ଥାମାନେ ଏଠାରେ କାର୍ଯ୍ୟ କରିବାରୁ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଦମନ ଯୋଜନାର କାର୍ଯ୍ୟକାରୀ ଫଳରେ ରାଜ୍ୟରୁ ମ୍ୟାଲେରିଆ ପ୍ରକୋପ ୮୪ ପ୍ରତିଶତ ହ୍ରାସ ପାଇଛି। ଖୋଦ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଓଡ଼ିଶାର ଏଭଳି କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିଛନ୍ତି। ମ୍ୟାଲେରିଆ ନୋ ମୋର ଓ ମ୍ୟାଲେରିଆ ନିରାକରଣ ଟ୍ରଷ୍ଟର ସହଯୋଗରେ ଓଡିଶାରୁ ମ୍ୟାଲେରିଆ ନିରାକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।  

  • Tags:

Subscribe

National International State Sports Entertainment