ରାଜ୍ୟରେ ୧୧୮୬ ଡେଙ୍ଗୁ ରୋଗୀ ଚିହ୍ନଟ, ୩ ମୃତ
Khabar Odisha:Dengue-Situation-in-Odisha-3-dead-said-health-Minister
ଭୁବନେଶ୍ୱର, ଅଗଷ୍ଟ ୧୩ (ଖବର ଓଡ଼ିଶା):

 ରାଜ୍ୟରେ ଏଯାବତ୍ ୧,୧୮୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଏହି ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲାର କିଛି ଗାଁରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହି ସ୍ଥାନ ମାନଙ୍କରେ ୫ଟି ଡକ୍ତରୀ କ୍ୟାମ୍ପ କରାଯାଇ ରୋଗୀଙ୍କ ମାଗଣାରେ ଚିକିତ୍ସା କରାଯାଉଛି। ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେଙ୍ଗୁ ପାଇଁ ଆଲର୍ଟ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି ।

ଏଠାରେ ପ୍ରକାଶ ଥାଉ କି, କଳାହାଣ୍ଡି କୋକସରା ବ୍ଲକ ଲଡୁଗାଁରେ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ସ୍ୱରୂପ ଗାଁରେ ସ୍ୱାସ୍ଥ୍ୟକର୍ମୀମାନେ ଘରଘର ବୁଲି ୨୧୮ଟି ରକ୍ତନମୂନା ସଂଗ୍ରହ କରି ପରୀକ୍ଷା କରିଛନ୍ତି । ପରୀକ୍ଷାରୁ ୪୪ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୭ ଜଣ ବିଶାଖାପାଟଣାରେ ଚିକିତ୍ସିତ ହେଉଥିବାବେଳେ ୮ ଜଣ ଭବାନୀପାଟଣାରେ ଆଉ କେତେକ ଆକ୍ରାନ୍ତ ଅନ୍ୟ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। 

  • Tags:

Subscribe

National International State Sports Entertainment