ରାଜ୍ୟରେ ଆରମ୍ଭ ହେଲା ବିଜୁ ସ୍ୱାସ୍ଥ୍ୟ ଯୋଜନା, ଉପକୃତ ହେବେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର
Khabar Odisha:Biju-sasthya-kalyan-Yojna-Started-From-Today
ଭୁବନେଶ୍ୱର, ୧୫ ଅଗଷ୍ଟ (ଖବର ଓଡ଼ିଶା):

 ଦେଶ ସ୍ୱାଧିନତା ଦିବସର ୭୨ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜି କ୍ୟାପିଟାଲ ହସ୍ପିଟାଲରେ ଏହି ଯୋଜନାର ଲୋଗୋ ଉନ୍ମୋଚନ ମଧ୍ୟ ହୋଇଯାଇଛି । ଏହି ଯୋଜନାରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ। 

ରାଷ୍ଟ୍ରୀୟ କୃଷିବିକାଶ ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ପଞ୍ଜିକୃତ ଚାଷୀ ପରିବାର ଏହି ଯୋଜନାର ସୁଫଳ ପାଇବେ । ହିତାଧିକାରୀ ପରିବାର ୧ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବା ସହ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ୪ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇବେ । ମହିଳାମାନଙ୍କ ପାଇଁ ଏହି ଯୋଜନାରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ମିଳିବ । ଏହାଦ୍ୱାରା ୧କୋଟି ୨ଲକ୍ଷ ମହିଳା ସୁବିଧା ପାଇବେ । ଗ୍ରାମାଂଚଳରେ ବାର୍ଷିକ ୫୦ ହଜାର ଓ ସହରାଂଚଳରେ ୬୦ ହଜାର ଟଙ୍କା କମ୍ ଆୟ ଥିବା ପରିବାରକୁ ଏହି ଯୋଜନାରେ ସୁବିଧା ମିଳିବ । ଏଥିପାଇଁ ସେମାନଙ୍କୁ ଆୟ ପ୍ରମାଣ ପତ୍ର ଦେବାକୁ ହେବ ।  

  • Tags:

Subscribe

National International State Sports Entertainment