ଏହି ରୋଗ ସହ ସଂଘର୍ଷ କରୁଛନ୍ତି ଅଟଳ, ଏମ୍ସର ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି
Khabar Odisha:Atal-fight-this-deseas
ନୂଆଦିଲ୍ଲୀ, ଅଗଷ୍ଟ ୧୬(ଖବର ଓଡ଼ିଶା) :

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ବିଗତ ୨୪ ଘଣ୍ଟା ମଧ୍ୟରେ ବେଶି  ସଙ୍କଟାପନ୍ନ ହୋଇଯାଇଛି । ତାଙ୍କୁ ଜୀବନ ରକ୍ଷା ପ୍ରଣାଳୀରେ ରଖାଯାଇଛି । ଦିଲ୍ଲୀ ଏମ୍ସ ଏ ସଂପର୍କରେ ସୂଚନା ଦେଇଛି । 

ବାଜପେୟୀଙ୍କ କିଡ଼ନୀ ନଳୀରେ ସଂକ୍ରମଣ, ମୁତ୍ରନଳୀ ସଂକ୍ରମଣ ଏବଂ ଛାତିରେ ସମସ୍ୟା ଯୋଗୁଁ ଜୁନ ୧୧ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଦୁର୍ଭାଗ୍ୟବଶତଃ ତାଙ୍କର ସ୍ୱାସ୍ଥ୍ୟଗତ ୨୪ ଘଣ୍ଟା ମଧ୍ୟରେ ଅଧିକ ଜଟିଳ ହୋଇପଡ଼ିଛି । ଦେଶର ବିଶିଷ୍ଟ ରାଜନେତା ବାଗ୍ମୀ ଅଟଳବିହାରୀ ଡ଼ିମୋସିଆରେ ଆକ୍ରାନ୍ତ । କଥାବାର୍ତ୍ତା କରିପାରୁନଥିବା ବାଜପେୟୀ କାହାକୁ ଚିହ୍ନି ପାରୁନାହାନ୍ତି । ତାଙ୍କର ସ୍ମରଣ ଶକ୍ତି ନଷ୍ଟ ହୋଇଯାଇଛି । ବ୍ୟବହାରରେ ପରିବର୍ତ୍ତନ ସାଙ୍ଗକୁ ଚଲାବୁଲା କରିପାରୁନାହାନ୍ତି । କିଡ଼ନୀ ଓ ମୂତ୍ରନଳୀ ସଂକ୍ରମଣ, ପରିସ୍ରା କମ୍ ହେବା କାରଣରୁ ୯୩ ବର୍ଷ ବୟସ୍କ ବାଜପେୟୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୦୦୯ ଠାରୁ ସେ ହ୍ୱିଲ ଚେୟାରରେ । 

  • Tags:

Subscribe

National International State Sports Entertainment