ଅଦିନିଆ ବର୍ଷାରେ ଭିଜିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ
Khabar Odisha:paddy-affected-due-to-pethai
ମାଲକାନଗିରି, ଡିସେମ୍ବର ୧୮ (ଖବର ଓଡ଼ିଶା):

ସ୍ଥଳ ଭାଗ ଛୁଇଁବା ପରେ ସାମୁଦ୍ରିକ ଝଡ ‘ପେଥାଇ’ ଦୁର୍ବଳ ହୋଇଛି । କିନ୍ତୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକେଇ ଦେଇଛି । ଧାନ ବିଲ, ଖଳା ଓ ମଣ୍ଡିରେ ବର୍ଷା ପାଣି ପଶି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ଓଦା ହୋଇଛି । ଅମଳ ଧାନ ଗଜା ହୋଇଯିବା ଆଶଙ୍କାରେ ଚାଷୀକୂଳ ହତାଶ ହୋଇପଡ଼ିଛି । 

ପେଥାଇ ସ୍ଥଳ ଭାଗ ଛଇଁବା ପରେ ମଧ୍ୟ ରାଜ୍ୟରେ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେଉଛି । କିନ୍ତୁ ମାଲକାନଗିରି ଓ ବରଗଡ଼ରେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ପ୍ରଭାବିତ ହୋଇଛି । ସେହିପରି ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାରେ ବିଲରେ ରହିଥିବା ଅମଳ ଧାନକୁ ଘରକୁ ଆଣି ପାରି ନାହିଁ ଚାଷୀ । ଅନେକ ସ୍ଥାନରେ ଅମଳ ଧାନକୁ ଚାଷୀ ମଣ୍ଡିରେ ରଖିଥିଲେ ମଧ୍ୟ ମଣ୍ଡି ଖୋଲି ନ ଥିଲା । ଫଳରେ ଚାଷୀର ଧାନ ଖଳା, ମଣ୍ଡି, ମାର୍କେଟ ୟାର୍ଡମାନଙ୍କରେ ପଡି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ଅଦିନିଆ ବର୍ଷା ସବୁକିଛି ଉଜାଡ଼ି ଦେଇଛି । ଓଦା ଧାନ ଗଜା ହେବା ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇଛି । 

ଧାନ ବିକ୍ରି ପାଇଁ ସରକାର ବସ୍ତା ପିଛା ୨ ଟଙ୍କା ଲେଖାଏଁ ମାର୍କେଟିଂ ଫିସ ନେଉଛନ୍ତି । ହେଲେ ଧାନର ଦୈବି ଦୁର୍ବିପାକରୁ ସୁରକ୍ଷା ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରଶାସନିକ ଅବହେଳା ଯୋଗୁଁ ଅଦିନିଆ ବର୍ଷାରେ ଧାନ ଭିଜିଥିବା ବେଳେ ଏବେ ମିଲରମାନେ ଧାନର କଟ୍‌ନୀ ଛଟ୍‌ନି କରିବେ । ଏହାଦ୍ୱାରା ଚାଷୀମାନେ ସିଧାସଳଖ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଇଛି । ବର୍ଷାରେ ଧାନ ଓଦାହୋଇ ଗଜା ହୋଇଗଲେ ଏହାକୁ ମିଲର ମାନେ ଆଉ କିଣିବେ ନାହିଁ ବୋଲି ଚାଷୀମାନେ କହିଛନ୍ତି ।

Subscribe

National International State Sports Entertainment