ହକ୍ ପାଇଁ ରାସ୍ତା ଅବରୋଧ କଲେ ଚାଷୀ
Khabar Odisha:farmers-protest-at-khadial
ନୂଆପଡା, ଡିସେମ୍ବର ୫ (ଖବର ଓଡିଶା):

ନୂଆପଡା ଜିଲ୍ଲାର ଖାସବାହଲ ଓ ଦୋହେଲପଡା ଗାଁ ଚାଷୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଜମିକୁ ଜଳ ସେଚନ ସୁବିଧା ଓ ମରୁଡି ଘୋଷଣା ସହ ଫସଲ ବୀମା ପ୍ରଦାନ, ଶତ ପ୍ରତିଶତ ସହାୟତା ଦାବି ନେଇ ଭବାନୀପାଟଣା-ଖଡିଆଳ ମୁଖ୍ୟ ରାସ୍ତାକୁ ଅବରୋଧ କରିଛି ନିଖିଳ ଉତ୍କଳ ଚାଷୀ ମୁଲିଆ ସଂଗଠନ । ଫଳରେ ସେହି ରାସ୍ତା ଦେଇ ଗମନାଗମନ ବାଧାପ୍ରାପ୍ତ ହୋଇଛି ।  

ଦୀର୍ଘଦିନ ଧରି ନିଜ ଜମିକୁ ଜଳସେଚନ, ଫସଲ ବୀମା ଏବଂ ମରୁଡି ସହାୟତା ସହ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରି ଆସୁଥିଲେ । ମାତ୍ର ଏ ନେଇ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷପ ନେଉ ନାହାଁନ୍ତି । ଯାହା ଫଳରେ ବହୁ ଚାଷୀ ଆତ୍ମହତ୍ୟାର ବାଟ ଆପଣାଉଛନ୍ତି । ତେଣୁ ଆଜି ନିଖିଳ ଉତ୍କଳ ଚାଷୀ ମୁଲିଆ ସଂଗଠନ ପକ୍ଷରୁ ଖଡିଆଡ ମୁଖ୍ୟରାସ୍ତାକୁ ଅବରୋଧ କରାଯାଇଛି । 

ଖଳିଆଡ ମୁଖ୍ୟରାସ୍ତାରେ ଚାଷୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବାରୁ ସାଧାରଣ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭାରିଜାନଗୁଡ଼ିକ ରାସ୍ତା ଉପରେ ଅଟକି ରହିଛି । ଋଣ ଛାଡ଼ ଓ ଜମିକୁ ଜଳ ଯୋଗାଣ ନ କରାଗଲେ ଆଗାମୀ ନିର୍ବାଚନରେ ଭୋଟ ଦେବୁ ନାହିଁ ବୋଲି ଆନ୍ଦୋଳନକାରୀ ଚାଷୀମାନେ ଚେତାବନୀ ଦେଇଛନ୍ତି ।

Subscribe

National International State Sports Entertainment