ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ବୈଠକ ଡକାଯାଇ ନିଷ୍ପତି ନିଆଯିବ: କୃଷିମନ୍ତ୍ରୀ
Khabar Odisha:farmer-solve-soon-said-Farmer-Minister-Pradeep-Moharathy
ଭୁବନେଶ୍ୱର, ୬ ନଭେମ୍ବର (ଖବର ଓଡ଼ିଶା):

 ପ୍ରାଇସ୍, ପେନସନ୍ ଓ ପ୍ରେଷ୍ଟିଜ୍ ଦାବି କରି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆୟୋଜନ କରାଯାଇଥିବା ଚାଷୀ ମହାସମାବେଶକୁ ସରକାରଙ୍କ ପକ୍ଷରୁ ଭଣ୍ଡୁର କରିଦିଆଯାଇଥିବାରୁ ଚାଷୀମାନେ ଉତକ୍ଷିପ୍ତ ହୋଇ ଫେରି ଯାଇଛନ୍ତି । ଏହାର ଠିକଣା ଜବାବ ଗାଁ ଗାଁରେ ଦିଆଯିବ ବୋଲି ସେମାନେ ନିଷ୍ପତି ନେଇଛନ୍ତି ।

ଅନ୍ୟପକ୍ଷରେ କୃଷିମନ୍ତ୍ରୀ ପ୍ରଦୀପ କୁମାର ମହାରଥି କହିଛନ୍ତି ଯେ, ଚାଷୀ ମାନଙ୍କର ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ବୈଠକ ଡକାଯାଇ ଏ ବିଷୟରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ । ଚାଷୀମାନଙ୍କୁ କୌଣସି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅବହେଳା କରାଯାଉନାହିଁ । ବରଂ ଚାଷ ଏବଂ ଚାଷୀର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଯେତେଗୁଡ଼ିଏ ପଦକ୍ଷେପ ନିଆଯାଇଛି ଅତୀତରେ ତାହା କୌଣସି ସରକାରଙ୍କ ପକ୍ଷରୁ ନିଆଯାଇନଥିଲା ବୋଲି ସେ କହିଛନ୍ତି ।

Subscribe

National International State Sports Entertainment