ମରୁଡ଼ିରେ ଫସଲ ହାନୀ: ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ୱାମୀ ମୃତ
Khabar Odisha:couple-try-to-suicide-at-kokasara
କଳାହାଣ୍ଡି, ନଭେମ୍ବର ୨ (ଖବର ଓଡ଼ିଶା):

ବର୍ଷା ଅଭାବରୁ ଭଲ ଧାନ ଅମଳ ହେଲା ନାହିଁ । ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୃଦ୍ଧ ଦମ୍ପତ୍ତି । ଭାଗ୍ୟବଶତଃ ସ୍ତ୍ରୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସ୍ୱାମୀ ଆଖି ବୁଜିଛନ୍ତି । ଫସଲହାନୀ ଦମ୍ପତ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ରେ । ମୃତକ ହେଉଛନ୍ତି ତୁନ ଗ୍ରାମର ସୁଦର୍ଶନ ମାଝୀ । 

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କୋକସରା ବ୍ଲକ୍‌ ଅନ୍ତର୍ଗତ ତୁନ ଗାଁରେ ୬୫ ବର୍ଷୀୟ ସୁଦର୍ଶନ ମାଝୀ ଋଣ ଆଣି ୫ ଏକର ଜମିରେ ଧାନ ଚାଷ କରିଥିଲେ । କିନ୍ତୁ ବର୍ଷା ନ ହେବାରୁ ଭଲ ଫସଲ ହୋଇ ନଥିଲା । ଶେଷରେ ମରଣ ବାଟକୁ ବାଛି ନେଇଥିଲେ ସେ ଓ ତାଙ୍କର ବୃଦ୍ଧା ପତ୍ନୀ । ଆଜି ପୋଖରୀକୁ ଡେଇଁ ଉଭୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ପାଣିରେ ବୁଡ଼ି ସୁଦର୍ଶନ ପ୍ରାଣ ହରାଇଥିବାବେଳେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଫସଲ ହାନୀ ପାଇଁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଁଚିଛନ୍ତି । ତଦନ୍ତ କରାଯାଇ ସ୍ତ୍ରୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ମୌସୁମୀ ନାୟକ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହା ଚାଷ ପାଇଁ ଆତ୍ମହତ୍ୟା ନା ଆଉ କିଛି ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ବୋଲି ତହସିଲଦାର କହିଛନ୍ତି । 

Subscribe

National International State Sports Entertainment