ପୁଣି ଚାଷୀ ଆତ୍ମହତ୍ୟା , ଫସଲ ହାନି ସହ ଋଣ ବୋଝ ନେଲା ଜୀବନ
Khabar Odisha:again-farmer-suicide-at-binika-subernpur
ସୁବର୍ଣ୍ଣପୁର, ଡିସେମ୍ବର ୧ (ଖବର ଓଡ଼ିଶା):

ରାଜ୍ୟରେ ଫସଲ ହାନି ଓ ଋଣ ବୋଝରୁ ଚାଷୀ ଆତ୍ମହତ୍ୟା ଘଟଣା ପ୍ରତିଦିନ ଖବର କାଗଜ ପୃଷ୍ଠାର ଶିର ମଣ୍ଡନ କରୁଛି । କିନ୍ତୁ ଚାଷୀ ମୃତ୍ୟକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ପୁଣି ଅନୁରୂପ ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ସିଂହିଯୁବା ଗାଁରେ ଘଟିଛି । ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସିଂହିଯୁବା ଗ୍ରାମର ଭୁତୁଲୁ କର୍ଣ୍ଣି । 

ଭୁତୁଲୁ ୧ ଏକର ଭାଗ ଜିମ ସହିତ ମୋଟ ଦୁଇ ଏକର ଜମିରେ ଚାଷ କରିଥିଲେ । ସେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଓ ହାତ ଉଧାରୀ ଭାବରେ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ଋଣ ଆଣିଥିଲେ । କିନ୍ତୁ ଗତବର୍ଷ ଚକଡା ପୋକରେ ଫସଲ ନଷ୍ଟ ହୋଇଥିବାବେଳେ ଚଳିତ ବର୍ଷ ମଧ୍ୟ ତାଙ୍କର ଫସଲ ହାନି ହୋଇଥିଲା । ଯେଉଁଥିପାଇଁ ସେ ଦୀର୍ଘ ଦିନ ହେଲା ଚିନ୍ତାଗ୍ରସ୍ତ ରହୁଥିଲେ । ବାରମ୍ବାର ଫସଲ ହାନି ଓ ଋଣ ବୋଝରେ ଅତିଷ୍ଟ ହୋଇ ମାନସିକ ଭାରସାମ୍ୟ ହରାଇ ସେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ଧାନ କାଟିବାକୁ ବିଲକୁ ଯାଇଥିବାବେଳେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ସ୍ତ୍ରୀ ଓ ପୁଅ ଅଭିଯୋଗ କରିଛନ୍ତି । 

ଏ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି । ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଲୋକାମାନେ ଦାବି କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମାସ ୨୨ ତାରିଖରେ ବିନିକା ବଲାରଙ୍ଗା ଗ୍ରାମରେ ରାମଚନ୍ଦ୍ର ସେଠ୍‌ ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ । ଚକାଡ଼ା ପୋକରେ ଫସଲ ନଷ୍ଟ ହେବା କାରଣରୁ ସେ ବିଷ ପିଇ ଦେଇଥିଲେ । 

Subscribe

National International State Sports Entertainment