ଫେରିବ ମାଣ୍ଡିଆ, ଜହ୍ନା, ଆଉ କାଙ୍ଗୁ : କ୍ଷୁଦ୍ର ଶସ୍ୟ ମିସନରେ ସାମିଲ ହେଲା ଆଉ ୫ଟି ଜିଲ୍ଲା, ୩୨ ବ୍ଲକ
Khabar Odisha:Minor-millet-return-in-odisha-5-more-district-include-in-millet-mission
ଭୁବନେଶ୍ୱର, ଅଗଷ୍ଟ ୦୨(ଖବର ଓଡ଼ିଶା) :

 କ୍ଷୁଦ୍ର ପେନ୍ଥା ଜାତୀୟ ଶସ୍ୟ ଅଥବା ମିଲେଟ ଜାତୀୟ ଶସ୍ୟ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଲାଭଜନକ । ଜଳବାୟୁ ଓ ରୋଗପୋକ ସହିତ ଲଢି କମ୍ ବିନିଯୋଗରେ ଚାଷୀଙ୍କୁ ପୁଷ୍ଟି ଯୋଗାଇଥାଏ ଏହି ଶସ୍ୟ । ଗତବର୍ଷ ରାଜ୍ୟସରକାର ୭ଟି ଜିଲ୍ଲାର ୩୦ଟି ବ୍ଲକକୁ ମିଲେଟ ମିସନରେ ସାମିଲ କରାଇଥିଲେ । ଏବେ ପୁଣି ଆଉ ୫ଟି ଜିଲ୍ଲାର ୩୨ଟି ବ୍ଲକକୁ ଏହି ମିସନରେ ସାମିଲ କରାଯାଇଛି । ଫଳରେ ରାଜ୍ୟର ୧୨ଟି ଜିଲ୍ଲାର ୬୨ଟି ବ୍ଲକରେ ଏହି ଜାତୀୟ ଶସ୍ୟ ଯଥା ମାଣ୍ଡିଆ, ଜହ୍ନା, କାଙ୍ଗୁ ପୁଣି ଫେରିଆସିବ ।

ସୂଚନା ଯୋଗ୍ୟ ଯେ, ଗତବର୍ଷ ରାୟଗଡ଼ା, ନୂଆପଡ଼ା. ମାଲକାନାଗିରି, କୋରାପୁଟ, କଳାହାଣ୍ଡି, ଗଜପତି ଆଦି ୭ଟି ଜିଲ୍ଲାରେ ଏହି ମିସନ କାଯ୍ୟାରମ୍ଭ କରିଥିଲା । ଚଳିତ ଖରିଫରେ ସୁନ୍ଦରଗଡ଼, ମୟୁରଭଞ୍ଜ, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ଏହି ମିସନ କାର୍ଯ୍ୟ ଆରମ୍ଭ କରିବ । ବରଗଡ଼, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାର ୭ଟି ବ୍ଲକରେ ଏହି ମିସନର କାର୍ଯ୍ୟ ଆରମ୍ଭ ହେବ । ଆଗରୁ ତେଲେଙ୍ଗାନା ମିଲେଟ ଷ୍ଟେଟ ଭାବେ ସ୍ୱିକୃତି ପାଇଥିବାବେଳେ ଓଡ଼ିଶାର ଆଦିବାସୀ ଚାଷୀମାନେ ବର୍ଷ ବର୍ଷ ଧରି ନିଜର ପାହାଡ଼ିଆ ଜମିରେ ୬୦-୭୦ ପ୍ରକାରରୁ ଉଦ୍ଧ୍ୱର୍ ମିଲେଟ ଜାତୀୟ ଶସ୍ୟ ଚାଷ କରି ନିଜର ଖାଦ୍ୟ ନିରାପତ୍ତାକୁ ନିଜେ ନିଶ୍ଚିତତା କରିଆସିଛନ୍ତି । 

  • Tags:

Subscribe

National International State Sports Entertainment