ଖୋର୍ଦ୍ଧା: ବିରି ଫସଲରେ ଦାଉ ସାଜୁଛି ଘୋଡ଼ା ପୋକ, ହତାଶ ଚାଷୀ
Khabar Odisha:Ghoda-Disease-problem-for-Khordha-Farmer
ଖୋର୍ଦ୍ଧା, ନଭେମ୍ବର ୫(ଖବର ଓଡ଼ିଶା):

କଥାରେ ଅଛି “ହାଟୁଆ ହୁରୁଡିଲେ ହାଟ ପାଳି, ଚଷା ହୁରୁଡିଲେ ବରଷେ, ଚାଷ ବେକକୁ ଫାଶ, ଏହି ନିତିରେ ଚାଷୀ ହତାଶ”। ଏହି ମର୍ମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମର ମେଦିନୀ ମୌଜାର ଶହଶହ ଏକର ବିରି ଫସଲ ନଷ୍ଟ ହେବାକୁ ଯାଉଛି। ଚଳିତବର୍ଷ ଘୋଡା ପୋକ ସବୁ ବିରି ଫସଲକୁ ନଷ୍ଟ କରିଦେଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ବିରି ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ବିରି ସବୁ ନଷ୍ଟ ହୋଇଯିବାରୁ ବର୍ତ୍ତମାନ ଏହା ଚାଷୀର ମୁଣ୍ଡବ୍ୟଥାର କାରଣ ହୋଇଛି। ପରିବାରର ପ୍ରତିପୋଷଣ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି। 

ଚାଷୀଙ୍କ ଅଭିଯୋଗନୁଯାୟୀ, ସବୁ ବର୍ଷ ପରି ସେମାନେ ବିରି ଫସଲ କରିଆସୁଥିଲେ। କିନ୍ତୁ ଚଳିତବର୍ଷ ସେଥିରେ ଘୋଡା ପୋକ ଲାଗିବାରୁ ଅଧାରୁ ଅର୍ଦ୍ଧେକ ଫସଲ ନଷ୍ଟ ହୋଇଯାଇଛି। ଜମିରେ ଔଷଧ ପ୍ରୟୋଗ କଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଅସଂଖ୍ୟ ପରିମାଣର ଘୋଡା ପୋକ ଲାଗିବାରୁ ଦିନକରେ ସବୁ ଫସଲ ନଷ୍ଟ ହୋଇଯାଉଛି। ଫସଲ ଫାଟି ଆଁ କରିଛି। ଏପରି ପରିସ୍ଥିତିରେ ଏହାଠୁ ବଳି ଯାଇଛି କୃଷି ଅଧିକାରୀଙ୍କ ଅଣଦେଖା। 

ସମସ୍ୟା ଲାଗି ରହିବା ରହିବା ପରେ ଚାଷୀମାନେ ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ ନିକଟରେ ଏହି ପ୍ରସଙ୍ଗରେ ଅବଗତ କରାଇଥିଲେ। କ୍ରମେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳକୁ ଆସି ବିରି ଚାଷ ଜମି ସବୁ ପରିଦର୍ଶନ କରିଥିଲେ। ମାତ୍ର ଏହାର କୌଣସି ପଦକ୍ଷେପ ନାହିଁ ବୋଲି ସଫାସଫା କହିଥିଲେ। ଯାହା ଚାଷୀଙ୍କୁ ବୋଝ ଉପରେ ନଳିତା ବିଡା ପରି। କୃଷି ବିଭାଗର ଏତାଦୃଶ ଅଣଦେଖା ପଦକ୍ଷେପକୁ ଚାଷୀ ପେଟକୁ ନାତ ବୋଲି ସ୍ଥାନୀୟ ଚାଷୀ ପ୍ରତାପ ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି।  

Subscribe

National International State Sports Entertainment