କେନ୍ଦ୍ରାପଡାରେ ଚାଷୀଙ୍କ ରାସ୍ତା ଅବରୋଧ, ଚାଷଜମିରୁ ବର୍ଷା ଜଳ ନିଷ୍କାସନ ଓ ଫସଲ କ୍ଷତିପୂରଣ ଦାବି
Khabar Odisha:Farmers-Affected-for-Rain
କେନ୍ଦ୍ରାପଡା, ୯ ସେପ୍ଟେମ୍ବର (ଖବର ଓଡ଼ିଶା):

ଲଘୁଚାପ ବର୍ଷାରେ ଚାଷ ଜମିରେ ଜମି ରହିଥିବା ବର୍ଷା ଜଳ ନିଷ୍କାସନ ଓ ଫସଲର କ୍ଷତିପୂରଣ ଦାବିରେ ଆଜି କେନ୍ଦ୍ରାପଡା ବ୍ଲକ ଓସ୍ତପୁର, କଂସାର ପଂଚାୟତର ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନକାରୀମାନେ କେନ୍ଦ୍ରାପଡା-ଗଣ୍ଡାଖିଆ ରାସ୍ତାରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ସେଠାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଦୀର୍ଘ ସମୟ ଧରି କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ସେଠାରେ ଉତେଜନା ପ୍ରକାଶ ପାଇଥିଲା ।

ସୂଚନା ଅନୁଯାୟୀ, ଲଘୁଚାପଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲାର ମୋଟ୍ ୯ଟି ବ୍ଲକ ମଧ୍ୟରୁ ବିଶେଷ କରି ତଳିଆ ଅଂଚଳର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । କେନ୍ଦ୍ରାପଡା ବ୍ଲକର ଓସ୍ତପୁର, କଂସାର ପଂଚାୟତର ନାଗପୁର, ଦେପୁର, ରଘୁନାଥପୁର, ହଳଦୀଡିହ, ଏଣ୍ଡର ଏବଂ କୋରଡା ଗ୍ରାମର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ଗୋବରୀ ନଦୀ ଫୁଲୁଛି । ବୈତରଣୀର ଜଳସ୍ତର ମଧ୍ୟ ଅଧିକ ରହିଛି । ଲୁଣା, ଚିତ୍ରୋତ୍ପଳା, କରାଣ୍ଡିଆ ନଦୀରେ ମଧ୍ୟ ଜଳସ୍ତର ଅଧିକ ରହିଛି । ଫଳରେ ଚାଷ ଜମିରୁ ଜଳ ନିଷ୍କାସନ ହେବାରେ ଅସୁବିଧା ଦେଖାଦେଇଛି । ଜଳ ନିଷ୍କାସନ ହୋଇପାରୁନଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଆନ୍ଦୋଳନକାରୀମାନେ ସରକାରଙ୍କୁ ସେଠାରେ କଲଭର୍ଟ ନିର୍ମାଣ ପାଇଁ ମଧ୍ୟ ସରକାରଙ୍କୁ ଗୁହାରୀ କରିଛନ୍ତି। 

  • Tags:

Subscribe

National International State Sports Entertainment