୨୯ରେ ଭୁବନେଶ୍ୱରରେ ମହାସମାବେଶ କରିବ ନବ ନିର୍ମାଣ କୃଷକ ସଂଗଠନ
Khabar Odisha:Farmer-protest-from-October-29-in-Bhubaneswar
ଭୁବନେଶ୍ୱର, ଅକ୍ଟୋବର ୨୨(ଖବର ଓଡ଼ିଶା):

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆସନ୍ତା ୨୯ରୁ ଭୁବନେଶ୍ୱରରେ ମହାସମାବେଶ କରିବ ନବ ନିର୍ମାଣ କୃଷକ ସଂଗଠନ। ଏହି ଆନ୍ଦୋଳନ ନଭେମ୍ବର ୫ ଯାଏ ଚାଲିବ। ଶେଷ ଦିନ ସଂଗଠନ ପକ୍ଷରୁ ପୁଣି ଥରେ ମହାସମାବେଶ କରାଯିବ । ଏଥିରେ ଲକ୍ଷାଧିକ ସଂଖ୍ୟାରେ ଚାଷୀ ଯୋଗ ଦେବେ ବୋଲି ସଂଗଠନର ଆବାହକ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି । 

କୃଷି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ପ୍ରତି ଚାଷୀ ପରିବାରକୁ ମାସିକ ସହାୟକ ଭତା ୫ହଜାର ଟଙ୍କା ଓ ସମ୍ମାନ ଦାବିକୁ ନେଇ ରଜଧାନୀରେ ଏହି ମହାସମାବେଶ କରିବା ନେଇ ନିର୍ମାଣ କୃଷକ ସଂଗଠନ ନିଷ୍ପତି ନେଇଛି। ଅକ୍ଟୋବର ୨୯ ତାରିଖରେ ଚାଷୀ ମାନଙ୍କର ଏକ ଶୋଭାଯାତ୍ରା କୁଆଖିଆ ଓ ବାଲୁଗାଁରୁ ବାହାରି ଭୁବନେଶ୍ୱରରେ ପହଂଚିବ।    

Subscribe

National International State Sports Entertainment