କ୍ଷୀର ପଲିଥିନ ଖାଇଦେଲେ ଚଷା ପୁଅ ମହାରଥୀ, ଦାମ ଖୋଲୁଛନ୍ତି ଦୁର୍ନୀତି ପେଡି
Khabar Odisha:Dama-Rout-Pradeep-Maharathi-Omfed-SCAM

ପୁଣି ଦାମ ଖୋଲିଛନ୍ତି ଆଉ ଏକ ଦୁର୍ନୀତି ପେଡି ।୧୦୦ କୋଟିର ଗଛ ଚାରା ଘୋଟାଲା ପରେ ଏବେ ୩୦ କୋଟିର ଓମଫେଡ କ୍ଷୀର ଜରି । ଆଗରୁ ନିଶାନରେ ପାଣ୍ଡିୟାନ ଥିଲା ବେଳେ ଏବେ ଚଷା ପୁଅ ମନ୍ତ୍ରୀ ପ୍ରଦୀପ ମହାରଥି। ଦୁଇଟି ଯାକ ଘଟଣାରେ ସେଇ ସମାନ ଅଭିଯୋଗ, ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାମ ରାଉତ ଚାହିଁବାରୁ ତାଙ୍କୁ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡିଲା । ଦାମ ରାଉତଙ୍କ ଏହି ଅଭିଯୋଗର ଜବାବରେ ମନ୍ତ୍ରୀ ପ୍ରଦୀପ ମହାରଥି ତାଙ୍କ ଚିରାଚରିତ କଡା ସଂଳାପକୁ ଛାଡି ଦାମ ବାବୁଙ୍କୁ ରାମ ଆଉ ସେ ନିଜେ ଲକ୍ଷ୍ମଣ ବୋଲି କହି ପରୋକ୍ଷରେ ଦାମ ବାବୁ ଆଉ ଆଗକୁ ନଯାଆନ୍ତୁ ବୋଲି ନେହୁରା ହୋଇଛନ୍ତି ।

ଆଜି ଗଣମାଧ୍ୟମ ସାମନାରେ ବିଧାୟକ ଦାମ ରାଉତ କହିଛନ୍ତି ଯେ ପ୍ରଦୀପ ମହାରଥୀ ଆଗରୁ କୃଷି ବିଭାଗର ମନ୍ତ୍ରୀ ଥିବା ବେଳେ ଓମଫେଡ କ୍ଷୀର ବଜାରରେ ବିକ୍ରି ହେବା ପାଇଁ ଆବଶ୍ୟକ ପଡୁଥିବା ପଲିଥିନି କିଣାରେ ହୋଇଥିଲା ୩୦ କୋଟିର ଦୁର୍ନୀତି । କିଣା ଯାଇଥିଲା ଅତି ନିମ୍ନମାନର ପଲିଥିନି ଯାହା ଫାଟି ଯାଉଥିଲା ଏବଂ ଓମଫେଡର ଅନେକ କ୍ଷତି ହୋଇଥିଲା । ଗ୍ରାହକ ମାନେ ମଧ୍ୟ ଏହି ନିମ୍ନମାନର ପ୍ୟାକେଜ ପାଇଁ ଅଭିଯୋଗ କରିଥିଲେ । ତତକାଳିନି ଓମଫେଡ ପରିଚାଳନା ନିର୍ଦ୍ଦେଶକ ସେତେବେଳେ ଏହି ତଦନ୍ତ ପାଇଁ ଭିଜିଲାନସ ତଦନ୍ତ ପାଇଁ ସୁପାରିଶ କରିଥିଲେ । ହେଲେ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହାକୁ ଭିଜିଲାନସ ତଦନ୍ତ ନକରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଏକ ନିର୍ଦ୍ଦେଶନାମା ଜାରି କରି ଏହାକୁ କେବଳ ବିଚାର ବିଭାଗୀୟ ତଦନ୍ତରେ ସୀମିତ କରିଦେଲେ ।

ହେଲେ ମନ୍ତ୍ରୀ ପ୍ରଦୀପ ମହାରଥୀ କାହିଁକି ସେହି ଦୁର୍ନିତିର ତଦନ୍ତ ଭିଜିଲାନସ ଦ୍ୱାରା ନକରି ନିଜ ବିଭାଗୀୟ ତଦନ୍ତ କଲେ ତାକୁ ନେଇ ଉଠିଛି ସନ୍ଦେହ । ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସେହି ଦୁର୍ନୀତି ସହ ସିଧାସଳଖ ସମ୍ପୃକ୍ତି ଅଛି ବୋଲି ଦାମ ରାଉତ ପରୋକ୍ଷ ଇଙ୍ଗିତ ଦେବା ପରେ ଏବେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଆଡେ ଉଠିଛି ଆଙ୍ଗୁଳି । ଓମଫେଡ ଭଳି ଘରେ ଘରେ କ୍ଷୀର ପହଂଚାଉଥିବା ସଂସ୍ଥା ତଥା ରାଜ୍ୟର ଲକ୍ଷ ଲକ୍ଷ ଗୋପାଳନ ଚାଷୀ ଏବଂ କ୍ଷୀର ବ୍ୟବସାୟୀଙ୍କ ଭାତ ହାଣ୍ଡି କୁହାଯାଉଥିବା ଓମଫେଡ ସହ ଏଭଳି ସାଙ୍ଘାତିକ ଖେଳ ଖେଳି ଏହାର ମାର୍କେଟ ରେପୁଟେସନକୁ ଖସାଇ ଦେବା ପାଇଁ ଚକ୍ରାନ୍ତ ଚାଲୁଛି ବୋଲି ଆଗରୁ ଅନେକ ଅଭିଯୋଗ ହୋଇଛି । ହେଲେ ଏହି ଚକ୍ରାନ୍ତରେ ନିଜେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥି ସମ୍ପୃକ୍ତ ଥିବାର ଅଭିଯୋଗ ଜଣେ ପୁର୍ବତନ କୃଷି ମନ୍ତ୍ରୀ କରିବା ନିହାତି ଚିନ୍ତାର ବିଷୟ । 

Subscribe

National International State Sports Entertainment