ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ନଜର ଆସିବେ ବିବେକ
Khabar Odisha:vivek-oberoi-says-this-is-a-role-of-a-lifetime-for-any-actor-pm-narendra-modi-biopic
ମୁମ୍ବାଇ, ଜାନୁଆରୀ ୦୮(ଖବର ଓଡିଶା):

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦୀ’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ ହୋଇଛି । ଚଳଚିତ୍ରରେ ବିବେକ ଓବରାୟ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ନଜର ଆସିବେ । ବିବେକ କହିଛନ୍ତି ପିଏମ୍ ମୋଦୀଙ୍କ ଭୂମିକା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ । ବିବେକ କହିଛନ୍ତ ସେ ବାସ୍ତବିକ ଜୀବନରେ ମଧ୍ୟ ପିଏମ୍ ମୋଦୀଙ୍କ ବଡ ଫ୍ୟାନ ଅଟନ୍ତି ।

 ଫିଲ୍ମ ପୋଷ୍ଟର ଲଂଚ ଅବସରରେ ବିବେକ କହିଛନ୍ତି ଯେ ଫିଲ୍ମ ସୁଟିଂ ସରିବା ଭିତରେ ସେ ଆହୁରି ଭଲ ମଣିଷ ହେବେ ବୋଲି ଆଶା କରୁଛନ୍ତି । ବିବେକ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଓ ଆଜି ଏହା ଅନୁଭବ କରୁଛନ୍ତି ଯେପରି ମୁଁ ୧୬ବର୍ଷ ପୂର୍ବେ ‘କମ୍ପାନୀ’ର ପ୍ରଥ୍ୟମ ଦିନରେ ଅନୁଭବ କରିଥିଲେ। ମୁଁ ଏହି ଫିଲ୍ମ ପାଇଁ ସେହିପରି ଜିଜ୍ଞାସା ଅନୁଭବ କରୁଛି କାହିଁକି ନା ଏହା ଯେକୌଣସି ଅଭିନେତା ପାଇଁ ଗରୁତ୍ୱ ପୂର୍ଣ୍ଣ ଭୂମିକା ଅଟେ । ବିବେକ କହିଛନ୍ତି ନରେନ୍ଦ୍ର ମୋଦୀ ଦେଶର ବଡ ରାଜନେତାମାନଙ୍କ ମଧ୍ୟରୁ ଜଣେ ଓ ତାଙ୍କ ବ୍ୟକ୍ତିଗତ ଗୁଣକୁ ପରଦାରେ ଆଣିବାକୁ ଅବିଶ୍ୱସନୀୟ ଚ୍ୟାଲେଞ୍ଜକୁ ପୂରା କରିବା ଭଳି ଅଟେ । 

ଏହି ପୋଷ୍ଟରରେ ବିବେକ ଗେରୁଆ ରଙ୍ଗର କୁର୍ତାରେ ନଜର ଆସିଛନ୍ତି ଟ୍ୱିଟ ଆକାଉଂଟରେ ସେୟାର କରିଛନ୍ତି । ଏହି ପୋଷ୍ଟରରେ ପଛରେ ଳେଖାଯାଇଛି ‘ ଦେଶ ଭକ୍ତି ହିଁ ମୋ ଶକ୍ତି’ । ପୋଷ୍ଟରର ରିଲିଜ ୨୩ଟି ଭାଷାରେ କରାଯାଇଛି । ଫିଲ୍ମର ଟିମ ୨ବର୍ଷ ହେବ ଏହି ଚଳଚିତ୍ର ଉପରେ କାମ କରୁଛି । ଫିଲ୍ମର ପ୍ରଡକ୍ସନ ସଂନ୍ଦିପ ସିଂହ କରୁଛନ୍ତି । ଏହି ଫିଲ୍ମଟି ସାଧାରଣ ନିର୍ବାଚନ ପୂର୍ବରୁ ରିଲିଜ କରାଯିବ ।

Subscribe

National International State Sports Entertainment