ପତ୍ନୀଙ୍କ ସହ ଏହି ଖାସ୍ ସ୍ଥାନରେ ଜନ୍ମଦିନ ପାଳନ କରିବେ ବିରାଟ କୋହିଲି
Khabar Odisha:virat-kohli-set-to-celebrate-30th-birthday-in-haridwar-ashram-with-wife-anushka
ନୂଆଦିଲ୍ଲୀ, ନଭେମ୍ବର ୦୫ (ଖବର ଓଡିଶା):

 ଆଜି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୩୦ତମ ଜନ୍ମଦିନ । ଏହି ଅବସରରେ ବିଶ୍ୱର ପ୍ରତି କୋଣରେ ଥିବା କୋହଲିଙ୍କ ପ୍ରଶଂସକ ସୋଶିଆଲ୍ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଭାରତୀୟ ଅଧିନାୟକ ନିଜର ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ପତ୍ନୀ ଅନୁଷ୍କାଙ୍କ ସହ ପହଁଚି ଯାଇଛନ୍ତି ହରିଦ୍ୱାରରେ । 

ସୂଚନାନୁଯାୟୀ, ଏହି ଷ୍ଟାର ଦମ୍ପତି ଦୀପାବଳୀ ପର୍ଯ୍ୟନ୍ତ ଡେରାଡୁନ ଜାଲିଗ୍ରାର ନରେନ୍ଦ୍ର ନଗରରେ ଏକ ହୋଟେଲରେ ରହିବେ ଏବଂ ଜନ୍ମଦିନ ମନାଇବେ ବୋଲି ଯୋଜନା ରଖିଛନ୍ତି । ସେଠାରେ ସେମାନେ ହୃଷିକେଶରେ ରିଭର୍ ରାପ୍ଟିଙ୍ଗ, କୌପିଙ୍ଗ୍ ଭଲି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବେ । ସେଠାରୁ ସେମାନେ ଅଂନନ୍ତଧାମ ଆତ୍ମବୋଧ ଆଶ୍ରମକୁ ମଧ୍ୟ ଯାଇପାରନ୍ତି । ଏହି ଆଶ୍ରମର ମହନ୍ତ ମହାରାଜ ୍ ଅନନ୍ତ ବାବା ଅନୁଷ୍କା ଶର୍ମାଙ୍କ ପରିବାରର ଆଧ୍ୟାତ୍ମିକ ଗୁୁରୁୂ । ସେମାନଙ୍କ ଗସ୍ତ ବିଷୟରେ ସ୍ଥାନୀୟ ପ୍ରଶାସନକୁ ଅବଗତ କରା ଯାଇଛି । ଫଳରେ ସେମାନଙ୍କର ସମସ୍ତ ଜରୁରୀ କାଳୀନ ଆବଶ୍ୟକତା ଯୋଗେଇ ଦିଆଯାଇ ପାରିବ ।  

ବିରାଟଙ୍କ ପତ୍ନୀ ଅନୁଷ୍କା ଏହି ଆଶ୍ରମକୁ ବର୍ଷକୁ ବହୁଥର ଆସିଥାନ୍ତି । ଗତବର୍ଷ ଅନୁଷ୍କା ନିଜ ବିବାହ ପୂର୍ବରୁ ମଧ୍ୟ ଏଠାକୁ ଆସିଥିଲେ । ଏମିତି କି ଏହି ଆଶ୍ର୍ରମର ମହାରାଜ ମଧ୍ୟ ଇଟାଲୀରେ ଅନୁଷ୍କା ଓ ବିରାଟଙ୍କ ବିବାହ ସମୟରେ ଉପସ୍ଥିତ  ଥିଲେ । ଗତବର୍ଷ  ବିରାଟ ନିଜର ଜନ୍ମଦିନ ନ୍ୟୁଜଲାଣ୍ଡ୍ ଗସ୍ତ ସମୟରେ ସାଥୀ ଖେଳାଳି ଓ ଅନୁଷ୍କାଙ୍କ ସହ ପାଳନ କରିଥିଲେ । କିନ୍ତୁ ଏହି ବର୍ଷ ୱେଷ୍ଟଇଣ୍ଡିଜ୍ ବିରୋଧରେ ଖେଳାଯାଉଥିବା ଟି-ଟ୍ୱେଂଟି ମ୍ୟାଚରେ ବିରାଟଙ୍କୁ ବିଶ୍ରାମ ଦିଆଯାଇଛି । ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଂଟି ମ୍ୟାଚରେ ସେ ଦଳକୁ ପ୍ରତ୍ୟାବର୍ତନ କରିବେ । ବିରାଟଙ୍କ ନେତୃତ୍ୱରେ ଭାରତ ୱେଷ୍ଟଇଣ୍ଡିଜ୍ ବିରୁଧରେ ଟେଷ୍ଟ ଓ ୱାନଣ୍ଡେ ସିରିଜ୍ ଜିତିସାରିଛି ।

Subscribe

National International State Sports Entertainment