‘ମୋଦୀ ଭକ୍ତ’ ହେବା ପ୍ରଶ୍ନ ଉପରେ କହିଲେ ପରେଶ ରାଓ୍ଵଲ, ହଁ ମୁଁ ‘ଉରୀ’ ଚଳଚ୍ଚିତ୍ରରେ ନିଭାଉଛି ଅଜିତ ଡୋଭାଲ ଭୂମିକା
Khabar Odisha:uri-the-surgical-strikeparesh-rawal-as-ajit-doval-says-yes-i-am-modi-bhakt
ମୁମ୍ବାଇ, ଜାନୁଆରୀ ୦୮(ଖବର ଓଡିଶା):

 ବିକି କୌଶଲ ଓ ୟାମି ଗୌତମଙ୍କ ଅଭିନୀତ ଫିଲ୍ମ ‘ଉରୀ’: ଦ ସରର୍ଜିକାଲ ଷ୍ଟ୍ରାଇକ ବହୁତ ଚର୍ଚ୍ଚାରେ ଅଛି । ନିକଟରେ ଫିଲ୍ମର ଟ୍ରେଲର ମୁକ୍ତି ଲାଭ କରିଛି ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଚଳଚ୍ଚିତ୍ରଟି ଜାନୁଆରୀ ୧୧ରେ ମୁକ୍ତି ଲାଭ କରିବ । ଏହି ଫିଲ୍ମରେ ପରେଶ ରାୱଲ ମୁଖ୍ୟ ଭୂମିକା ଅଛନ୍ତି । ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ଭୂମିକାରେ ନଜର ଆସିବେ । ଟ୍ରେଲରର ଗୋଟିଏ ଡାଇଲଗ୍ ଅଜିତ ଡୋଭାଲଙ୍କ ପରିଚୟକୁ ଦର୍ଶାଇଛି- ‘ ୟହ ହିନ୍ଦୁସ୍ଥାନ ଅବ ଚୁପ୍ ନହିଁ ବେଠେଗା, ୟେ ନୟା ହିନ୍ଦୁସ୍ଥାନ ହେ, ୟେ ଘରମେ ଘୁସେଗା ଅର ମାରେଗା ଭି ।’ ପରଶ ରାୱଲ ଏବେ ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

ପରେଶ ରାୱଲ କହିଛନ୍ତି ନିତିଦିନିଆ ଜୀବନିରେ ଯବାନଙ୍କୁ ଯେତେବେଳେ ଦେଖେ ଏହି ଯବାନ ଆମ ପାଇଁ  ଗୁଳି ଖାଉଛନ୍ତି କେବଳ ଆମର ସୁରକ୍ଷା ପାଇଁ । ଯବାନଙ୍କ ବିଷୟରେ କିଛି ବି କହିବା ଅର୍ଥ ତାଙ୍କ କାମ ଉପରେ ସନ୍ଦେହ କରିବା। ପରେ  କହିବା କି ସର୍ଜିକାଲ ଷ୍ଟ୍ରାଇକ୍ ହୋଇ ନାହିଁ ଓ ସରକାର ଭୁଲ ଅଟନ୍ତି। ପରେଶ ରାୱଲ ମୋଦୀ ଭକ୍ତ ପ୍ରଶ୍ନ ଉପରେ ମଧ୍ୟ ଉତ୍ତର ଦେଇଛନ୍ତି ଯେ - ତାଙ୍କୁ ମୋଦୀ ଭକ୍ତ କହିଲେ ମଧ୍ୟ ସେ ଖୁସୀ । ସେ ଜଣେ ଭଲ କବି ଓ ତାଙ୍କ ଆଖିରେ ଯେଉଁ ଚମକ ଅଛି ଦେଶକୁ ନେଇ ତାହା ଆଗକୁ ଆଣିବା ପାଇଁ ୱାର୍ଲଡ ପାୱର ବନାଇବା ଦରକାର କିନ୍ତୁ ତାହା ବନାହେଉନି । ବହୁତ କଷ୍ଟରେ ତାଙ୍କ ପରି ନେତା ମିଳେ ।

ସୂଚନାଯୋଗ୍ୟ, ୨୦୧୬ରେ ସେପ୍ଟେମ୍ବର ୨୮ ସର୍ଜିକାଲ ଷ୍ଟ୍ରାଇକର ତାରିଖ ଦୁଇ ଥର ବଦଳାଯାଇଛି। ଉରୀର ସେନା କ୍ୟାମ୍ପରେ ହୋଇଥିବା  ଆକ୍ରମଣର ଯବାବରେ  ଭାରତୀୟ ସେନା ଏହି ଅପରେଶନ କରିଥିଲେ । ଉରୀ ଆକ୍ରମଣରେ ୨୦ଜଣ ଯବାନ ସହିଦ ହୋଇଥିଲେ । ଯେଉଁ କମାଣ୍ଡୋମାନେ ଏହି ଅପରେସନକୁ ସଫଳ କରିଥିଲେ ସେମାନଙ୍କୁ ଏକ ସ୍ପେଶାଲ ପ୍ରକ୍ରିୟା ପାଇଁ  ଚୟନ କରାଯାଇ ବିଷେଶ ଟ୍ରେନିଂ ମଧ୍ୟ ଦିଆଯାଉଛି । ଫିଲ୍ମଟି ଏହା ଉପରେ ଆଧାରିତ ।

Subscribe

National International State Sports Entertainment