ଗାନ୍ଧୀଙ୍କ ହତ୍ୟାକାରୀ ଆଜି କ୍ଷମତାରେ, କଣ ସେମାନଙ୍କୁ ଆମେ ଜେଲରେ ଭର୍ତ୍ତି କରି ଦେବା ଉଚିତ୍: ସ୍ଵରା ଭାସ୍କର
Khabar Odisha:swara-bhaskar-attacks-government-for-arresting-activists
ନୂଆଦିଲ୍ଲୀ, ସେପ୍ଟେମ୍ବର୦୧(ଖବର ଓଡ଼ିଶା):

ନିଜର ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର ପୁଣି ଥରେ କେନ୍ଦ୍ରରେ କ୍ଷମତାସୀନ ସରକାର ଉପରେ ନିଶାଣ କରିଛନ୍ତି। ସ୍ଵରା ଭାସ୍କର ପରୋକ୍ଷ ରୂପେ ମୋଦୀ ସରକାରକୁ ଟାର୍ଗେଟ୍ କରି  କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ହତ୍ୟା କରିଥିବା ଲୋକେ ଆଜି କ୍ଷମତାରେ ଅଛନ୍ତି। ଏହା ସହିତ ସେ ପ୍ରଶ୍ନ କରିଛନ୍ତି ଯେ କଣ ଏମିତି ଲୋକଙ୍କୁ ଆମେ ଜେଲରେ ଭର୍ତ୍ତି କରି ଦେବା ଉଚିତ୍। ଉଲ୍ଲେଖଯୋଗ୍ୟ ସ୍ଵରାଙ୍କ ଏହି ବୟାନକୁ ମାନବାଧିକାର କାର୍ୟ୍ୟକର୍ତ୍ତାଙ୍କ ଗିରଫଦାରୀ ସହିତ ଯୋଡ଼ିକି ଦେଖାଯାଉଛି।

ଦିଲ୍ଲୀରେ ମିଡିଆ ସହିତ କଥାବର୍ତ୍ତା ବେଳେ ସ୍ଵରା ପରୋକ୍ଷ ରୂପେ ବିଜେପି ସରକାରକୁ ନିଶାଣ କରିଛନ୍ତି। ସ୍ଵରା କହିଛନ୍ତି ଆମ ଦେଶରେ ଯେବେ ମହାତ୍ମା ଗାନ୍ଧୀଙ୍କ ପରି ମହାନ ନେତାଙ୍କ ହତ୍ୟା ହେଲା  ସେହି ସମୟରେ ମଧ୍ୟ କିଛି ଲୋକେ ଉତ୍ସବ ପାଳନ କରୁଥିଲେ। ଆଜି ସେହି ଲୋକ କ୍ଷମତାରେ ଅଛନ୍ତି। କଣ ଆମେ ସେମାନଙ୍କୁ ଜେଲରେ ଭର୍ତ୍ତି କରି ଦେବା ଉଚିତ୍ ? ଏହି ସମୟରେ ସ୍ଵରା ଏହା ମଧ୍ୟ କହିଛନ୍ତି ଯେ ଏକ ରକ୍ତ ଶୋଷିଲା ସମାଜ ଗଠନ କରିବା ଭଲ କଥା ନୁହେଁ।

ଉଲ୍ଲେଖଯୋଗ୍ୟ ନିକଟରେ ଭୀମା କାରେଗାଓଁ ହିଂସା ମାମଲାରେ କବି ବରବରା ରାଓ, ଅରୁଣ ପେରେରା, ଗୌତମ ନବଲଖା, ବେରନୋନ, ଗୋଞ୍ଜାଲିଭସ ଓ ସୁଧା ଭରଦ୍ଵାଜଙ୍କୁ ଗିରଫ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟର ଆଦେଶ କ୍ରମେ ଅଗଷ୍ଟ ୨୮ରେ ଗିରଫ ହୋଇଥିବା ଏହି କାର୍ୟ୍ୟକର୍ତ୍ତାଙ୍କୁ ସେପ୍ଟେମ୍ବର ୬  ପର୍ୟ୍ୟନ୍ତ ତାଙ୍କ ଘରେ ଗୃହବନ୍ଦୀ କରାଯାଇଛି।

ଏହା ପୂର୍ବରୁ ସ୍ଵରା ଭାସ୍କର ମଧ୍ୟ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ନିଜର ରାୟ ରଖିଛନ୍ତି। ଏଥିପାଇଁ ତାଙ୍କୁ ଟ୍ରୋଲ୍ସର ସାମ୍ନା ମଧ୍ୟ କରିବାକୁ ପଡ଼ିଛି। କିଛି ମାସ ପୂର୍ବେ ଯେବେ ସାମାଜିକ ଗଣମାଧ୍ୟମରେ  କଠୁଆରେ ୮ ବର୍ଷର ବାଳିକାର ବଳାତ୍କାର ବିରୋଧରେ ନିଜର ଅସନ୍ତୋଷ  ପ୍ରକଟ କରି ସ୍ଵରାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା।

  • Tags:

Subscribe

National International State Sports Entertainment