ସୁହାନା ହେଲେ ଜୁଲିଏଟ, ଝିଅର ଅଭିନୟ ଦେଖି ଭାବାବେଗ ହେଲେ କିଙ୍ଗ୍ ଖାନ୍
Khabar Odisha:suhana-khan-s-performance-as-juliet-in-london-play-leaves-dad-shah-rukh-emotional
ମୁମ୍ବାଇ, ଡିସେମ୍ବର ୦୧ (ଖବର ଓଡିଶା) :

ଶାହାରୁଖ ଖାନ ଏବେ ଫିଲ୍ମ ଜିରୋର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ସେ ନିଜ ପର୍ସନାଲ ଲାଇଫ୍ ଓ ପ୍ରଫେସନାଲ ଲାଇଫ୍ କେବେ ମିକ୍ସ କରନ୍ତି ନାହିଁ । ଏବେ କିନ୍ତୁ ସେ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜ ଝିଅ ସୁହାନାକୁ ଦେଖା କରିବା ପାଇଁ ଲଣ୍ଡନରେ ପହଂଚିଛନ୍ତି । ଲଣ୍ଡନରେ ସୁହାନା ଏବେ ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । 

ଶାହାରୁଖ ଲଣ୍ଡନରେ ପହଂଚି ସୁହାନାଙ୍କର ଅଭିନୟ ଦେଖିବାକୁ ଲାଗିଥିଲେ । ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସେହି ଫଟୋରେ ଏକ ପୋଷ୍ଟରର ଫଟୋ ରହିଛି । ଯେଉଁଥିରେ ସୁହାନା ନଜର ଆସିଛନ୍ତି । ଶାହାରୁଖ ପୋଷ୍ଟ ସେୟାର କରି ସୁହାନାଙ୍କୁ ବହୁତ ପ୍ରଂଶସା କରିଛନ୍ତି । ସେ ଲେଖିଛନ୍ତି କି, ଲଣ୍ଡନରେ ଜୁଲିଏଟଙ୍କ ସହ ତାଙ୍କର ବହୁତ ଭଲ ସମୟ କଟି ଥିଲା । ସମସ୍ତେ ବହୁତ ଭଲ ପର୍ଫମାନ୍ସ ଦେଇଛନ୍ତି । ସମ୍ପୂର୍ଣ୍ଣ ଟିମକୁ ତାଙ୍କର ଶୁଭ କାମନା । 

ସୂଚନାନୁଯାୟୀ, କିଙ୍ଗ ଖାନ୍ ସର୍ବଦା ତାଙ୍କ ଝିଅକୁ ପ୍ରଂଶସା କରନ୍ତି ଓ ସପୋର୍ଟ ଦିଅନ୍ତି । ଅନ୍ୟ ପକ୍ଷରେ ଶାହାରୁଖଙ୍କ ଜିରୋ ଡିସେମ୍ବର ୨୧ରେ ରିଲିଜ ହେବାକୁ ଯାଉଛି । ଏହା ଏକ ବଡ ବଜେଟର ଫିଲ୍ମ । ଫିଲ୍ମରେ ଶାହାରୁଖ ବଉଆ ଭୂମିକାରେ ଜଣେ ବାମନ ଭାବରେ ନଜର ଆସିଛନ୍ତି । ପାଖାପାଖି ୬ବର୍ଷ ପରେ ଶାହାରୁଖ ଅନୁଷ୍କା ଶର୍ମା ଏବଂ କୟାଟ୍ରିନାଙ୍କ ସହ ପରଦାରେ ଆସୁଛନ୍ତି । ଏହା ପୂର୍ବରୁ ସେ ଜବ ତକ ହୈ ଜାନ ଫିଲ୍ମରେ କାମ କରିଥିଲେ । ଜିରୋର ଟ୍ରେଲର ଶାହାରୁଖଙ୍କ ଜନ୍ମଦିନ ଅବସରରେ ରିଲିଜ କରା ଯାଇଥିଲା ।   

Subscribe

National International State Sports Entertainment