ପ୍ରଥମ ଥର ମନର କଷ୍ଟ କହିଲେ ସୋନାଲୀ ବେନ୍ଦ୍ରେ , କେମୋ ନେବା କାରଣରୁ ଦେଖିବାରେ ହେଉଛି ସମସ୍ୟା
Khabar Odisha:sonali-bendre-emotional-post-says-i-could-not-read-book-due-to-chemotherapy
ମୁମ୍ବାଇ, ନଭେମ୍ବର ୪, (ଖବର ଓଡିଶା)

ମୁମ୍ବାଇ, ନଭେମ୍ବର ୪, (ଖବର ଓଡିଶା) କ୍ୟାନସର ସହିତ ଲଢୁଥିବା ସୋନାଲୀ ବେନ୍ଦ୍ରେ ନିଜର ଚିକିତ୍ସା ନ୍ୟୁୟର୍କରେ କରୁଛନ୍ତି । ଦେହ ଖରାପ ସତ୍ୱେ ମଧ୍ୟ ସେ ଲଗାତା ଭାବେ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରୁଛନ୍ତି । ସୋନାଲୀ ଧର୍ଯ୍ୟର ସହ ଏହି ରୋଗକୁ ମାତ୍ ଦେବାରେ ଲାଗିପଡିଛନ୍ତି । ସେ ତାଙ୍କ ନିଜର ରୁଟିନ୍ କୁ ସହଜ କରିବାରେ ଲାଗିଛନ୍ତି । ତାଙ୍କର ବହି ପଢିବାର ବହୁତ ସଉକ ରହିଛି । କ୍ୟାନସର କାରଣରୁ ସେ ନିଜର ବହି ପଢା ଅଭ୍ୟାସ ବନ୍ଦ କରିବାକୁ ଚାହୁଁନାହାନ୍ତି । 

ସୋନାଲୀ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଏହା ଆଗାମୀ ବହିର ଘୋଷଣା କରିବାର ବେଳ । ପୂର୍ବଥର ବହି ପଢିବାରେ ତାଙ୍କୁ ଅସୁବିଧା ହୋଇଥିଲା । କାହିଁକି ନା କେମୋ ଥେରାପି ଯୋଗୁଁ ତାଙ୍କୁ ଭଲ ଦେଖାଯାଉନଥିଲା । ସେ ପଢି ପାରୁନଥିଲେ । ମାତ୍ର ଏବେ ସବୁ ଠିକ୍ ଅଛି ବୋଲି ସେ ଲେଖିଛନ୍ତି । ଆଗାମୀ ପୁସ୍ତକ ନ୍ୟୁୟର୍କରେ ପଢିବାକୁ ସକ୍ଷମ ବୋଲି ସେ ଲେଖିଛନ୍ତି । ସେ ଯେଉଁ ବହି ବଢିବାକୁ ଯାଉଛନ୍ତି ତାହା ହେଉଛି ହାନ୍ୟା ୟାନାଗିହାରାଙ୍କ ‘ଏ ଲିଟିଲ ଲାଇଫ୍’ । ଏହି ବହି ବିଭିନ୍ନ ସାହିତ୍ୟିକ ଆଓ୍ବାର୍ଡ ପାଇଁ ନୋମିନେଟ ହୋଇସାରିଛି । ଏହହ ବନ୍ଧୁତ୍ବ ଏବଂ ମହତାକାଂକ୍ଷାର କାହାଣୀ ।

ଏଇ ନିକଟରେ ନମ୍ରତା ଶିରୋଦକର ସୋନାଲୀଙ୍କ ସ୍ବାସ୍ଥ୍ୟ ସଂପର୍କରେ କହିଥିଲେ । ସେ ତାଙ୍କୁ ଭେଟିବାକୁ ମଧ୍ୟ ଯାଇଥିଲେ । ଏକ ସାକ୍ଷାତରେ ନମ୍ରତା କହିଥିଲେ ସୋନାଲୀ ଦୃଢ ଇଚ୍ଛାଶକ୍ତି ସଂପନ୍ନ । ସେ ସୁସ୍ଥ ଦେଖାଯାଉଛନ୍ତି । ସେ ନିଜର ସ୍ବଭାବିକ ଜୀବନକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ସେନାଲୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋର ସବୁବେଳେ ହସୁଥିବାର ଦେଖାଯାଇଛି ।  

Subscribe

National International State Sports Entertainment