ମି ଠୁ ପ୍ରଭାବ: କାର୍ଯ୍ୟକ୍ରମରୁ ହଟାଗଲା ଗାୟକ କୈଳାଶ ଖେରଙ୍କ ନାମ
Khabar Odisha:singer-kailash-kher-dropped-from-the-diwali-event-after-sexual-harassment-allegations-metoo
ରାଜସ୍ଥାନ, ଅକ୍ଟୋବର ୨୮(ଖବର ଓଡିଶା):

ପ୍ରସିଦ୍ଧ ଗାୟକ କୈଳାଶ ଖେରଙ୍କ ବିରୋଧରେ ଗତ କିଛିଦିନ ତଳେ ଯୌନ ନିର୍ଯ୍ୟାତନା ଭଳି ଗମ୍ଭୀର ଅଭିଯୋଗ ଲାଗିଛି । ଜଣଙ୍କ ପରେ ଜଣେ ଅନେକ ମହିଳା ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହି ଘଟଣାପରେ ଦିପାବଳୀ ଉପଲକ୍ଷେ ରାଜସ୍ଥାନ ଉଦୟପୁରରେ ହେବାକୁ ଥିବା ମ୍ୟୁଜିକ ଇଭେଂଟରୁ କୈଳାଶଙ୍କ ନାମ ହଟାଇ ଦିଆଯାଇଛି । 

ସୂଚନା ମୁତାବକ, ଉଦୟପୁରରେ ୩୦ ଅକ୍ଟୋବରରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ହେବା ନେଇ ସ୍ଥିର ହୋଇଛି । ଏଠାକୁ କୈଳାଶଙ୍କୁ ଗୀତ ଗାଇବା ପାଇଁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ନାମକୁ ବାଦ ଦିଆ ଯାଇଛି । 

ଏହି ମାମଲାରେ ଉଦୟପୁର ମେୟର କହିଛନ୍ତି ଯେ ଏହା ଏକ ସରକାରୀ କାର୍ଯ୍ୟକ୍ରମ । ଏଥିରେ କୌଣସୀ ବିବାଦ ଉପୁଜିବା କେହି ଚାହୁଁ ନାହାନ୍ତି । କୈଳାଶଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଏହି ନିଷ୍ପତି ନିଆଯାଇଛି । ବର୍ତମାନ ତାଙ୍କ ସ୍ଥାନରେ ଦର୍ଶନ ରାୱଲ ସଙ୍ଗୀତ ପରିବେଷଣ କରିବେ । 

ସୂଚନାଯୋଗ୍ୟ କି, ଗତ କିଛି ଦିନ ପୂର୍ବେ ଗାୟିକା ସୋନା ମହାପାତ୍ର ଏବଂ ଅନ୍ୟ କିଛି ମହିଳା ମି ଠୁ କ୍ୟାମ୍ପେନରେ କୈଳାଶଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଅଭିଯୋଗକାରୀଙ୍କ ମଧ୍ୟରେ ଦୁଇଜଣ ମହିଳା ସାମ୍ବାଦିକା ମଧ୍ୟ ସାମିଲ ଥିଲେ । 

  • Tags:

Subscribe

National International State Sports Entertainment