ବକ୍ସ ଅଫିସରେ ସିମ୍ବା ପରେ ମଧ୍ୟ କେଜିଏଫ କରୁଛି ଭଲ ଆୟ, ଠପ୍ ହେଲା ଜିରୋ
Khabar Odisha:simmba-zero-and-kgf-hindi-box-office-collection-of-second-week-business
ମୁମ୍ବାଇ, ଜାନୁଆରୀ ୦୫(ଖବର ଓଡ଼ିଶା):

 ବକ୍ସ ଅଫିସର ଏକା ସମୟରେ ସୁନେଲି ପରଦାରେ ରିଲିଜ ହୋଇଛି ସିମ୍ବା ,କେଜିଏଫ ଓ ଜିରୋ । ସିମ୍ବାଠୁ ବଡ଼ ଟକ୍କର ମିଳିବା ପରେ ମଧ୍ୟ ୟଶ ଓ ଶ୍ରୀନିଧୀଙ୍କ ଅଭିନିତ କେଜିଏଫ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଏହା ସହିତ ରିଲିଜ ହୋଇଥିବା ସିନେମା ଜିରୋ ବକ୍ସ ଅଫିସରୁ ନିଜର ଅସ୍ଥିତ୍ୱ ହରାଇଛି । ଏହି ତିନୋଟି ସିନେମା ମଧ୍ୟରୁ ଶେଷରେ ରିଲିଜ ହୋଇଥିବା ସିମ୍ବା ୨୦୧୮ ର ବ୍ଲକବଷ୍ଟର ସିନେମା ଭାବେ ପରିଗଣିତ ହୋଇଛି ।

ଭାରତୀୟ ବକ୍ସ ଅଫିସ ଅନୁସାରେ ରୋହିତ ସେଟ୍ଟୀଙ୍କ ସିନେମା ସିମ୍ବା ଆଠ ଦିନରେ ୧୬୦ କୋଟି ଟଙ୍କା ଆୟ କରିଛି । ଏହି ସିନେମାଟି ବର୍ଷର ସବୁଠୁ ଅଧିକ ଟଙ୍କା ଆୟ କରିଥିବା ତୃତୀୟ ସିନେମା ଅଟେ। କେଜିଏଫ ଦୁଇ ସପ୍ତାହ ମଧ୍ୟରେ ୧୪୦ କୋଟି ଆୟ କରିଥିବା ବେଳେ ଜିରୋ ୯୦ କୋଟି ଆୟ କରିଛି । ଜିରୋ ଦ୍ୱିତୀୟ ସପ୍ତାହରେ କେବଳ ୬.୨୫ କୋଟି ଆୟ କରି ଶେଷରେ ୯୦ କୋଟିରେ ପହଂଚି ବନ୍ଦ ହୋଇଯାଇଛି । ଏହି ବର୍ଷର ଏକ ଅସଫଳ ସିନେମା ଭାବରେ ଜିରୋକୁ ଗଣନା କରାଯାଇଛି ।

୨୧ ଡ଼ିସେମ୍ବରକୁ ରିଲିଜ ହୋଇଥିବା ସାଉଥ ଇଣ୍ଡିଆନ ସିନେମା କେଜିଏଫ ହିନ୍ଦିରେ ମଧ୍ୟଭଲ ପ୍ରଦର୍ଶନ କରୁଥିବା ବେଳେ ସିମ୍ବା ରିଲିଜ ପରେ ଏହାର ଆୟ ହ୍ରାସ ଘଟିଛି। କେଜିଏଫ ପ୍ରଥମ ସପ୍ତାହରେ ୮୧,୮୬,୦୦,୦୦୦ ଆୟ କରିଥିବା ବେଳେ ଦ୍ଵିତୀୟ ସପ୍ତାହରେ ୬, ୨୫,୦୦,୦୦୦ ଟଙ୍କା ଆୟ କରିଛି।

Subscribe

National International State Sports Entertainment