ଗୋଟିଏ ବିଜ୍ଞାପନ ପାଇଁ ୧ କୋଟିର ଫିସ୍, ଫେମସ ହେବା ପରେ ଏମିତି ବଦଳିଗଲେ ପ୍ରିୟା ପ୍ରକାଶ
Khabar Odisha:shocking-ad-fees-for-newcomer-priya-prakash-varrier-signs-rs-1-crore-deal-for-national-ad
ନୂଆଦିଲ୍ଲୀ,ଜୁଲାଇ୦୯(ଖବର ଓଡ଼ିଶା):

ଚଳିତ ବର୍ଷ ଦେଶର ସବୁଠୁ ବଡ଼ ଇଣ୍ଟରନେଟ୍ ସେନସେସନ ରୂପେ ଉଭା ହୋଇଥିବା ପ୍ରିୟା ପ୍ରକାଶ ଓ୍ଵାରିୟର ଏବେ ପୁଣି ଥରେ ଖବରରେ ରହିଛନ୍ତି। ନିଜର ଓ୍ଵିଙ୍କ ଷ୍ଟାଇଲ ପାଇଁ ପ୍ରସିଦ୍ଧି ଲାଭ କରିଥିବା ପ୍ରିୟା ପ୍ରକାଶ ଏକ ନ୍ୟାସନାଲ ଆଡ କର୍ମସିଆଲର ସୁଟ୍ ପାଇଁ ଏକ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ କରିଛନ୍ତି। 

ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବେ ପ୍ରିୟା ମୁମ୍ବାଇରେ ଏକ ଷ୍ଟୁଡିଓରେ ବିଜ୍ଞାପନ ସୁଟିଂ କରିଥିଲେ।  ପ୍ରିୟା ପ୍ରକାଶ ଶୁକ୍ରବାର ସକାଳେ ଏହି ବିଜ୍ଞାପନର ସୁଟିଂ କରିଥିଲେ। ସୁଟ୍ ସମୟରେ ବହୁତ କଡ଼ା ନଜର ରଖାଯାଇଥିଲା। କାରଣ ଏହା ଏକ ନ୍ୟାସନାଲ ବିଜ୍ଞାପନ ଥିଲା। କୁହାଯାଉଛି ଯେ ଏହି ବିଜ୍ଞାପନ ପାଇଁ ପ୍ରିୟା ପ୍ରକାଶ ପାଖାପାଖି ଏକ କୋଟି ଟଙ୍କା ଚାର୍ଜ କରିଛନ୍ତି, ଯାହା ନ୍ୟୁକମର ପାଇଁ ଏହା ବହୁତ ବଡ଼ ଅର୍ଥ ରାଶି। 

ଏହା ପୂର୍ବରୁ ପ୍ରିୟା ପ୍ରକାଶ ନିଜର ଇନଷ୍ଟାଗ୍ରାମ ପ୍ରମୋସନ ପାଇଁ ପ୍ରତ୍ୟେକ ପୋଷ୍ଟ ପାଇଁ ୮  ଲକ୍ଷ ଟଙ୍କା ଚାର୍ଜ କରିଥିଲେ। ଯାହାକୁ ନେଇ ସେ ଖବରରେ ଛାଇ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଇନଷ୍ଟାଗ୍ରାମରେ ପ୍ରିୟାଙ୍କର ୬୦ ଲକ୍ଷରୁ ଅଧିକ ଅନୁଗାମୀ ଅଛନ୍ତି। ପ୍ରିୟା ପ୍ରକାଶ ଫିଲ୍ମରେ ଏଣ୍ଟ୍ରି ନେଇଥିବା ରିପୋର୍ଟରେ କୁହାଯାଇଛି ଯେ ସେ ଦୁଇଟି ଫିଲ୍ମରେ ସାଇନ କରିଛନ୍ତି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ଯେ ପ୍ରିୟା ରୋହିତ ସେଟ୍ଟୀଙ୍କ ଫିଲ୍ମ ସିମ୍ବାରେ ମହତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସି ପାରନ୍ତି। 

  • Tags:

Subscribe

National International State Sports Entertainment