ଜିରୋର ଟ୍ରେଲର ରିଲିଜ୍, ୧୭ ଘଂଟା ମଧ୍ୟରେ ଦେଖିଲେ ୨ କୋଟିରୁ ଉର୍ଦ୍ଧ ଦର୍ଶକ
Khabar Odisha:shah-rukh-khan-zero-trailer-crosses-over-20-million-views-in-less-than-17-hours
ମୁମ୍ବାଇ, ନଭେମ୍ବର ୦୩ (ଖବର ଓଡିଶା) :

ଶାହାରୁଖ ଖାନଙ୍କ ଜନ୍ମଦିନ ଅସରରେ ତାଙ୍କ ଆଗାମୀ ଫିଲ୍ମ ଜିରୋର ଟ୍ରେଲର ରିଲିଜ୍ ହୋଇଛି । ତେବେ ଟ୍ରେଲରକୁ ରିଲିଜ ହେବାର ମାତ୍ର ୧୭ ଘଂଟା ମଧ୍ୟରେ ଦର୍ଶକଙ୍କ ସଂଖ୍ୟା ୨କୋଟିରୁ ପାର୍ ହୋଇଛି । କେବଳ ସେତିକି ନୁହେଁ ଏହାର ଟ୍ରେଲର ଟ୍ରେଡିଙ୍ଗରେ ୧ ନମ୍ବରରେ ରହିଛି । ଫିଲ୍ମରେ ବାମନ ଭୂମିକାରେ ଥିବା ଶାହାରୁଖଙ୍କୁ ଫ୍ୟାନ୍ସମାନେ ପସନ୍ଦ କରିଛନ୍ତି । 

ବହୁ ସମୟ ପରେ ଶାହାରୁଖ ଏଭଳି ଅବତାରରେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି । ଫିଲ୍ମରେ କ୍ୟାଟ୍ରିନା କୈଫ୍ ଜଣେ ସୁପରଷ୍ଟାର୍ ଭୂମିକାରେ ଅଛନ୍ତି ଏବଂ ଅନୁଷ୍କା ଶର୍ମା ଜଣେ ଶାରିରୀକ ଅକ୍ଷମ ଯୁବତୀ ଭୂମିକାରେ ଅଭିନୀତ କରୁଛନ୍ତି । ଫିଲ୍ମର ବିଷୟବସ୍ତୁ ହେଉଛି ଶାହାରୁଖ ବଉଆ ସିଂହର ଭୂମିକାରେ ଦେଖିବାକୁ ମିଳିବେ । ଯିଏକି ମେରଠରେ ରହୁଛି ଏବଂ ୩୮ ବର୍ଷରେ ମଧ୍ୟ ନିଜ ସ୍ୱପ୍ନର ରାଣୀକୁ ଖୋଜୁଛି । କେବଳ ସେତିକି ନୁହେଁ ସେ ନିଜର ଉଚ୍ଚତା ନବଢିବାର କାରଣ ନିଜ ପିତାର ଗୁଟଖା ଖାଇବା ଅଭ୍ୟାସକୁ ଦାୟୀ କରିଛି । 

ସୂଚନାନୁଯାୟୀ, ଫିଲ୍ମରେ ଜବରଦସ୍ତ ଡାଇଲଗ୍ ରହିଛି । ଏହାର ପ୍ରଡକଶନ୍  ଶାହାରୁଖଙ୍କ ପତ୍ନୀ ଗୌରୀ ଖାନ୍ କରୁଛନ୍ତି । ଶାହାରୁଖ୍ ଏବଂ କ୍ୟାଟ୍ରିନାଙ୍କ ଏହା ଦ୍ୱୀତିୟ ଫିଲ୍ମ ଥିବା ବେଳେ ଅନୁଷ୍କାଙ୍କ ସହ ସେ ଚତୁର୍ଥ ଥର ପାଇଁ ଦେଖିବାକୁ ମିଳିବେ । ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହେବାକୁ ଯାଉଛି । ଆନନ୍ଦ ଏଲ ରାୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ନାମ ଜିରୋ ରଖାଯିବର କାରଣ ହେଉଛି ଆନନ୍ଦ ଏଲ ରାୟ କହିଛନ୍ତି କି, ପ୍ରତ୍ୟେକ ମଣିଷର କିଛି ନା କିଛି କମି ଥାଏ । ସେ ତାହାକୁ ସେଲିବ୍ରେଟ କରିବାକୁ ଚାହୁଁଛନ୍ତି । ସେ ଜିରୋକୁ ସେଲିବ୍ରେଟ କରିବାକୁ ଚାହୁଁଛନ୍ତି ତେଣୁ ଫିଲ୍ମର ନାମ ଜିରୋ ରଖିଛନ୍ତି ।     

Subscribe

National International State Sports Entertainment