ରିଲିଜ ହେଲା ସୁଶାନ୍ତ ସିଂହ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ କେଦାରନାଥର ପୋଷ୍ଟର
Khabar Odisha:sara-ali-khan-and-sushant-singh-rajput-starrer-kedarnath-first-poster-was-unveiled
ମୁମ୍ବାଇ, ଅକ୍ଟୋବର ୩୦ (ଖବର ଓଡିଶା) :

ସୁଶାନ୍ତ ସିଂହ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ କେଦାରନାଥର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଅଭିଷେକ କପୁରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଡିସେମ୍ବର ୭ରେ ରିଲିଜ ହେବାକୁ ଯାଉଛି । ତେବେ ପୂର୍ବରୁ ଏହି ଫିଲ୍ମର ରିଲିଜ ତାରିଖ ନଭେମ୍ବର ୩୦ ରଖା ଯାଇଥିଲା କିନ୍ତୁ ଏବେ ଡିସେମ୍ବର ମାସରେ ରିଲିଜ ହେବ ବୋଲି ସୂଚନା ମିଳିଛି । 

ଏହି ପୋଷ୍ଟରରେ ପିଟ୍ଟୁର ଭୂମିକାରେ ସୁଶାନ୍ତ ଅଛନ୍ତି । ସେ ନିଜ ପିଠିରେ ସାରା ଅଲ୍ଲୀ ଖାନଙ୍କୁ ବୋହି ନେବାର ଫଟୋ ଦେଖିବାକୁ ମିଳିଛି । ଏହି ଫିଲ୍ମର ଟ୍ରେଲର ମଧ୍ୟ ଆଜି ରିଲିଜ ହେବାକୁ ଯାଉଛି । କେଦାରନାଥ ଏକ ଲଭଷ୍ଟୋରୀ ଯାହାକି ଉତରାଖଣ୍ଡରେ ହୋଇଥିବା ବନ୍ୟାକୁ ନେଇ ଅଭିନୀତ । ଏହି ଫିଲ୍ମରେ ରନୀ ସ୍କ୍ରବାଲ ଏବଂ ପ୍ରଜ୍ଞା କପୁର ପ୍ରଡ୍ୟୁସ୍ କରୁଛନ୍ତି । ଫିଲ୍ମର ଶୁଟିଙ୍ଗ ଉତରାଖଣ୍ଡରେ ହୋଇଛି । 

ସୂଚନାନୁଯାୟୀ, ଏହି ଫିଲ୍ମ ଶୁଟିଙ୍ଗ ମଧ୍ୟରେ କିଛି ବିବାଦ ହୋଇଥିଲା ଯାହାଫଳରେ କିଛି ଦିନ ପାଇଁ ଫିଲ୍ମ ଶୁଟିଙ୍ଗ ସ୍ଥଗିତ ରଖା ଯାଇଥିଲା । ସେଥିପାଇଁ ସାରା ରୋହିତ ସେଠୀଙ୍କ ଫିଲ୍ମ ସିମ୍ବା ଦସ୍ତଖତ କରି ସାରିଥିଲେ । ତେବେ ସିମ୍ବା ଏହି ବର୍ଷ ଡିସେମ୍ବର ୨୮ରେ ରିଲିଜ ହେବାକୁ ଯାଉଛି ।  

Subscribe

National International State Sports Entertainment