ବକ୍ସ ଅଫିସ: ସଞ୍ଜୁ ପରି କେହି ନୁହେଁ, ଗୋଟିଏ ଦିନର ଆୟ ଭାଙ୍ଗିଲା ବଲିଉଡର ସବୁ ରେକର୍ଡ
Khabar Odisha:sanju-boxoffice-create-history-demolishes-record-held-by-baahubali-padmaavat

ନୂଆଦିଲ୍ଲୀ,ଜୁଲାଇ୦୨(ଖବର ଓଡ଼ିଶା): ସଞ୍ଜୟ ଦତ୍ତଙ୍କ ବାୟୋପିକ ସଞ୍ଜୁ ବକ୍ସ ଅଫିସରେ ନିଜର ଧମାକେଦାର ଏଣ୍ଟ୍ରି ସହିତ ରେକର୍ଡଧାରୀ ଫିଲ୍ମ ହୋଇଛି।  ସଞ୍ଜୁର ସଫଳତା ବକ୍ସ ଅଫିସରେ ନୂତନ ଇତିହାସ ରଚିଛି।  ସଞ୍ଜୁ ତାହା କରି ଦେଖାଯାଇଛି ଯାହା ଏ ପର୍ୟ୍ୟନ୍ତ ହିନ୍ଦୀ ସିନେମାର କୌଣସି ଫିଲ୍ମ ଏମିତି କରି ପାରି ନାହାନ୍ତି।  ରଣବୀର କପୁରଙ୍କ ଫିଲ୍ମ ଗୋଟିଏ ଦିନରେ ହିଁ ବାହୁବଳୀରେ ରେକର୍ଡ ମଧ୍ୟ ଧ୍ଵସ୍ତ କରିଛି।  ତରଣ ଆଦର୍ଶ ଟ୍ଵିଟ୍ କରିଛନ୍ତି ଯେ ବାହୁବଳୀ ଏକାକୀ ତୃତୀୟ ଦିନରେ ୪୬.୫୦ କୋଟି ଟଙ୍କା ଆୟ କରିଥିବା ବେଳେ ସଞ୍ଜୁ ତୃତୀୟ ଦିନରେ ୪୬.୭୧ କୋଟି ସହିତ ରେକର୍ଡ କରିଛି। 

ଏହି ଫିଲ୍ମ ମାତ୍ର ତିନି ଦିନରେ ୧୨୦ କୋଟି ଟଙ୍କା  ଆୟ କରି ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। ଏ ପର୍ୟ୍ୟନ୍ତ ସଞ୍ଜୁ ନାମରେ ରେସ ୩ର ଓପନିଂ ଓ୍ଵିକେଣ୍ଡ ଭାଙ୍ଗିବାର ରେକର୍ଡ  ଥିଲା। ମାତ୍ର ଏବେ ଫିଲ୍ମ ବର୍ଷର ସବୁଠୁ ବଡ଼ ଫିଲ୍ମ ପଦ୍ମାବତକୁ ମଧ୍ୟ ପଛରେ ପକାଇ ଶୀର୍ଷ ସ୍ଥାନ ଅକ୍ତିକାର କରିଛି। ପଦ୍ମାବତ ପ୍ରଥମ ଓ୍ଵିକେଣ୍ଡରେ ୧୧୪ କୋଟି ଟଙ୍କା ଆୟ କରିଥିଲେ।  ଅନ୍ୟ ପଟେ  ସଞ୍ଜୁ ତିନି ଦିନରେ ୧୨୦.୦୬  କୋଟିର ବ୍ୟବସାୟ କରିଛି। 

ଫିଲ୍ମଟି ଶୁକ୍ରବାର ୩୪.୭୫ କୋଟି, ଶନିବାର ୩୮.୬୦ କୋଟି ଓ ରବିବାର ୪୬.୭୧  କୋଟି ଟଙ୍କାର ବ୍ୟବସାୟ କରିଛି। 

ବିଦେଶରେ ଛାଇ ଗଲା ସଞ୍ଜୁ 

ସଞ୍ଜୁର ଜଲଓ୍ଵା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି।  ଏହି ଫିଲ୍ମକୁ ଅଷ୍ଟ୍ରେଲିଆରେ ବହୁତ ପସନ୍ଦ କରାଯାଇଛି। ତରଣ ଆଦର୍ଶ କହିଛନ୍ତି ଯେ ସଞ୍ଜୁ ପଦ୍ମାବତକୁ ପଛରେ ପକାଇ ନଥିଲେ ମଧ୍ୟ ଟକ୍କର ଦେଇ ୩ ଦିନରେ ୬ କୋଟି ଟଙ୍କାର ଆୟ କରିଛି। 

ସେଲିବ୍ରିଟି ହେଲେ ସଞ୍ଜୁଙ୍କ ପ୍ରଶଂସକ

ଆମିର ଖାନଙ୍କଠୁ ନେଇ ଶବାମା ଆଜମି ପରି କଳାକାର ସଞ୍ଜରେ ରଣବୀର ଏବଂ ବାକି ସହାୟକ କଳାକାରଙ୍କୁ ପ୍ରଶଂସା କରିବାକୁ ଥକୁ ନାହାନ୍ତି। ଫିଲ୍ମରେ ସଞ୍ଜୁରେ ସଞ୍ଜୟ ଦତ୍ତଙ୍କ ଜୀବନିକୁ ଜୀବନ୍ତ କରିଥିବା ରଣବୀରଙ୍କୁ ବହୁତ ପ୍ରଶଂସା କରାଯାଉଛି। ସଞ୍ଜୟ ଦତ୍ତଙ୍କ କହିବା ଶୈଳୀଠୁ ନେଇ ଚାଲି ଚଳନ, ଠାଣି ଏସବୁ ରଣବୀର ବେଶ ନିଖୁଣ  ଭାବେ ଅଭିନୟ କରିଛନ୍ତି। 

  • Tags:

Subscribe

National International State Sports Entertainment