ନିଶା ନିବାରଣ କ୍ୟାମ୍ପେନିଙ୍ଗରେ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ହେବେ ସଞ୍ଜୟ ଦତ
Khabar Odisha:sanjay-dutt-will-be-brand-ambassador-for-drug-abuse-in-uttarakhand
ଡେରାଡୁନ, ସେପ୍ଟେମ୍ବର ୦୨ (ଖବର ଓଡିଶା) :

ଅଭିନେତା ସଞ୍ଜୟ ଦତ ନିଶା ନିବାରଣ କ୍ୟାମ୍ପେନିଙ୍ଗ ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବେ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ମୁମ୍ବାଇ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ ଏହି ବିଷୟରେ ଆଲୋଚନା କରିଛନ୍ତି । ଏହି ସୂଚନା ତ୍ରିବେନ୍ଦ୍ର ସିଂହ ଦେଇଛନ୍ତି । 

ସୂଚନାନୁସାରେ, ଇନଭେଷ୍ଟର ସବମିଟର ପ୍ରଚାର ପ୍ରସାର ପାଇଁ ଅଗଷ୍ଟ ୨୯ ମୁମ୍ବାଇରେ ରୋଡ ଶୋ ସମୟରେ ମୁଖ୍ୟମନ୍ତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକଙ୍କ ସହିତ ଏକ ବୈଠକ କରିଛନ୍ତି । ଏହି ସମୟରେ ସଞ୍ଜୟ ଦତ ସିଏମଙ୍କ ସହ ଦେଖା କରିଥିଲେ । ସଞ୍ଜୟ କହିଛନ୍ତି କି, ତାଙ୍କ ପାଖରେ ନିବେଶ କରିବାକୁ କିଛି ନାହିଁ କିନ୍ତୁ ଉତରାଖଣ୍ଡ ସମେତ ଅନ୍ୟ କେତେକ ରାଜ୍ୟରେ ଡ୍ରଗ୍ସ ଏବଂ ଅନ୍ୟ କେତେକ ନିଶା ବିରୁଦ୍ଧରେ ଅଭିଯାନ ଆରମ୍ଭ କରି ସାରିଛନ୍ତି । ସଞ୍ଜୟ ମଧ୍ୟ ଡ୍ରଗ୍ସ ଦ୍ୱାରା ପ୍ରଭାବିତ ଥିଲେ । ସେଥିପାଇଁ ତାଙ୍କୁ କେତେକ କଷ୍ଟର ସାମ୍ନା କରିବାକୁ ପଡୁଥିଲା ତେଣୁ ସେ ନିଶା ବିରୁଦ୍ଧରେ ସ୍ୱର ଉତୋଳନ କରିବାକୁ ଚାହୁଁଛନ୍ତି । ଚଣ୍ଡିଗଡରେ ଆୟୋଜିତ ଏକ ସମ୍ମୀଳନୀରେ ଉତରାଖଣ୍ଡ, ହରିୟାଣା, ପଞ୍ଜାବ, ହିମାଚଳ ଏବଂ ଅନ୍ୟ ରାଜ୍ୟ ବିରୁଦ୍ଧରେ ନିଶା ରଣନୀତି ପ୍ରସ୍ତୁତ କରିବା ପାଇଁ ସଂକଳ୍ପ ନିଆ ଯାଉଛି । 

  • Tags:

Subscribe

National International State Sports Entertainment