ଜି ଟିଭି ‘ରାଜା ବେଟା’ ସିରିଏଲ୍‌ରେ ନଜର ଆସିବେ ଓଡ଼ିଆ ଅଭିନେତ୍ରୀ ସମ୍ଭାବନା
Khabar Odisha:sambhabana-mohanty-raja-beta-serial
ଭୁବନେଶ୍ୱର, ଜାନୁଆରୀ ୦୫(ଖବର ଓଡିଶା):

 ପ୍ରକୃତି ମିଶ୍ରଙ୍କ ପରେ ଏବେ ଆଉ ଜଣେ ଓଡିଆ ଅଭିନେତ୍ରୀ ସମ୍ଭାବନା ମହାନ୍ତି ହିନ୍ଦୀ ଟେଲି ଧାରାବାହିକରେ ନଜର ଆସିବେ । ସେ ଜି ଟିଭିର ‘ରାଜା ବେଟା’ସିରିଏଲରେ ଏକ ପ୍ରମୁଖ ଭୂମିକା ନିଭାଇଛନ୍ତି । ରାହୁଲ ସୁଧିର ଯେ ନିଜର କ୍ୟାରିଅର ୱେବ ସିରିଜରୁ ଆରମ୍ଭ କରିଥିଲେ ସେ ‘ରାଜା ବେଟା’ ସିରିଏଲରେ ମୂଖ୍ୟ ବେଦାନ୍ତ ଭୂମିକାରେ ଅଭିନୟ କରିବେ ।

‘ରାଜା ବେଟା’ ସିରିଏଲରେ ସୁଧୀର ବେଦାନ୍ତ ଭୂମିକାରେ ଅଛନ୍ତି । ବେଦାନ୍ତକୁ ମୂରାରୀ ତ୍ରିପାଠୀଙ୍କ ପୋଷ୍ୟ ସନ୍ତାନ । ସମ୍ଭାବନା ମହାନ୍ତି ପୂର୍ଭା ମିଶ୍ର ଚରିତ୍ରରେ ଅଭିନୟ କରିଛନ୍ତି । ଏହି ସିରିଏଲଟି ୨୦୧୯ ଜାନୁଆରୀ ୧୫ ସୋମବାରରୁ ଶନିବାର ସନ୍ଧ୍ୟା ୬.୩୦ ମିନିଟରେ ଜି ଟିଭିରେ ପ୍ରସାରଣ ହେବ । ସିରିଏଲଟି ସୋବୋ ଫିଲ୍ମସ ଦ୍ୱାରା ସମ୍ପାଦନ କରାଯାଇଛି ।  ‘ରାଜା ବେଟା’ ସିରିଏଲରେ ବେଦାନ୍ତକୁ ମୁରାରୀ ତ୍ରୀପାଠୀ ପୋଷ୍ୟଭାବେ ଗ୍ରହଣ କରି ତ୍ରିପାଠୀ ପରିବାରକୁ ଆଣିଥିଲେ । ଜେଜେବାପା ୩୦ବର୍ଷ ତଳେ ଆଣିଥିବା ବେଦାନ୍ତ ରକ୍ତ ସମ୍ପର୍କର ଭଲ ପାଇବା କେବେ ପାଇନଥିଲେ ମଧ୍ୟ ସେ ପରିବାରର ମୂଲ୍ୟକୁ ଭଲ ଭାବେ ଜାଣିଯାଇଥିଲେ । ବେଦାନ୍ତ ଜଣେ ଭଲ ପୁଅ, ଭଲ ନାତି , ଭଲ ଭାଈ, ଭଲ ପୁତୁରା କିନ୍ତୁ କ’ଣ ଗୋଟେ ଭଲ ସ୍ୱାମୀ ହୋଇପାରିବେ ? ବେଦାନ୍ତ ପୂର୍ବା (ସମ୍ଭାବନା)ଙ୍କୁ ଜୀବନ ସାଥିଭାବେ ପାଇଥିଲେ । କିନ୍ତୁ ବିବାହ ରାତିରେ ଭାଗ୍ୟ ତାଙ୍କୁ ଏକ ଝଟକା ଦେଇଥିଲା । ବେଦାନ୍ତ ଜାଣିବାକୁ ପାଇଥିଲେ ଯେ ତାଙ୍କ ପତ୍ନୀ ଆଗରୁ ଗର୍ଭବତୀ ଅଛନ୍ତି ! ପରିବାର ଲୋକେ ଏହାକୁ ଗ୍ରହଣ କରିବେ ନା ନାହିଁ  ନା ତାଙ୍କ ପତ୍ନୀଙ୍କୁ ନିଚ୍ଚ ନଜରରେ ଦେଖିବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ଏହା ରହିଛି ରାଜା ବେଟାର କାହାଣୀ । ତେବେ ଏଥିରେ ପ୍ରଥମ ଥର ହିନ୍ଦୀ ସିରିଏଲ୍‌ରେ ଅଭିନୟ କରିଛନ୍ତି ଓଡ଼ିଆ ନାୟିକା ସମ୍ଭାବନା ।

ଏହା ପୂର୍ବରୁ ଆଣ୍ଡ୍‌ ଟିଭିରେ ପ୍ରସାରିତ ହେଉଥିବା ବିଟି ବିଜିନେସ୍‌ବାଲିରେ ମୁଖ୍ୟ ଭୂମିକା କରୁଛନ୍ତି ପ୍ରକୃତି ମିଶ୍ର । 

Subscribe

National International State Sports Entertainment