୪୦ ହଜାର ଫୁଟରୁ ଋଷି କହିଲେ, ଚିୟରସ୍ ରଣବୀର ତୁମ ପାଇଁ ମୁଁ ଗର୍ବିତ
Khabar Odisha:rishi-kapoor-cheers-his-son-ranvir-kapoor-in-sanju-movie
ମୁମ୍ବାଇ, ଜୁଲାଇ ୦୨(ଖବର ଓଡିଶା):

ରଣବୀର କପୁରଙ୍କର ଫିଲ୍ମ ସଞ୍ଜୁ ବକ୍ସ୍ ଅଫିସରେ ସଲମାନ୍ ଖାନଙ୍କ ମୁଭି ରେସ୍ ୩ର ରେକର୍ଡ ଭାଙ୍ଗିଛି। ଫିଲ୍ମରେ ରଣବୀରଙ୍କର ନିଖୁଣ ଅଭିନୟ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି । ତେବେ ଏତେ ଲମ୍ବା ସମୟ ପରେ ରଣବୀରଙ୍କୁ ମିଳିଥିବା ଏହି ସଫଳତାକୁ ଋଷି କପୁର ବେଶ୍ ପ୍ରଶଂସା କରିଛନ୍ତି । ସେ ନିଜର ଟ୍ୱିଟର ଆକାଉଂଟରେ ନିଜର ଫଟୋ ପୋଷ୍ଟକରି ଟ୍ୱିଟ୍ କରି କହିଛନ୍ତି, ମୁଁ ଉଡୁଛି ମୋର ଏୟାରକ୍ରାପ୍ଟ ୪୦ ହଜାର ଫୁଟରେ ଉଡୁଛି, ଚିୟରସ୍ ରଣବୀର ତୁମେ ଜାଣିନ ତୁମର ଏହି ସଫଳତା ପଛରେ ତୁମ ପରିବାର କେତେଗର୍ବ ଅନୁଭବ କରୁଛନ୍ତି, ଗଡ୍ ବ୍ଲେସ୍ ୟୁ, ତୁମେ ଆହୁରି ଭଲ କାମ କର ।’

ଋଷି କପୁରଙ୍କର ଏହି ପ୍ରତିକ୍ରିୟା ରଣବୀରଙ୍କ ପାଇଁ ବହୁତ ଖାସ୍ ରହିଛି। ସେ ଅନେକ ସମୟରେ କୁହନ୍ତି ଯେ ମା ନୀତୁ କପୁର ମୋର ଫ୍ୟାନ୍ ଥିଲେ କିନ୍ତୁ ବାପା ଋଷି କପୁର ମୋ କାମର କେବେ ପ୍ରଶଂସା କରନ୍ତି ନାହିଁ । ଋଷି ମଧ୍ୟ ଏକ ଇଂଟରଭ୍ୟୁରେ କହିଥିଲ କି,  ସେ କେବେ ରଣବୀରଙ୍କର ଫିଲ୍ମ ଦେଖନ୍ତି ନାହିଁ । 

ଏମିତିରେ ବାପାଙ୍କଠାରୁ ମିଳିଥିବା ଏଭଳି ପ୍ରଶଂସା ନିଃସନ୍ଦେହଭାବରେ ରଣବୀରଙ୍କ ଖୁସିକୁ ଦ୍ଵିଗୁଣିତ କରିଥିବ। ହୁଏତ ଫିଲ୍ମ ସଞ୍ଜୁ ସଞ୍ଜୟ ଦତଙ୍କର ବାୟୋପିକ୍ ହୋଇଥାଇପାରେ କିନ୍ତୁ ରଣବୀର ଏଥିରେ ନିଜର ନିଖୁଣ ଭାବେ ଅଭିନୟ କରିଛନ୍ତି। । ଫିଲ୍ମରେ ଏମିତି କିଛି ସିନ୍ ଅଛି ଯେଉଁଥିରେ ସଞ୍ଜୟ ଦତ ନିଜେ ଅଭିନୟ କରିଥିଲେ । ସେଥିପାଇଁ ଏହି ଫିଲ୍ମର ବ୍ୟବସାୟ ବକ୍ସ ଅଫିସରେ ଲଗାତାର ବଢିବାରେ ଲାଗିଛି । ତିନିଦିନ ମଧ୍ୟରେ ଏହି ଫିଲ୍ମ 120 କୋଟିର ବ୍ୟବସାୟ କରି ସାରିଲାଣି। ଏହି ଫିଲ୍ମରେ ରଣବୀରଙ୍କର ଦୋସ୍ତ ଭୂମିକାରେ ନଜର ଆସୁଥିବା ବିକ୍କି କୌଶଳଙ୍କୁ ମଧ୍ୟ ଫ୍ୟାନ୍ସମାନେ ବହୁତ ପ୍ରଶଂସା କରିଛନ୍ତି ।

  • Tags:

Subscribe

National International State Sports Entertainment