ସିମ୍ବାର ଝଲକ ଦେଖି ଜାଣନ୍ତୁ ପତ୍ନୀ ଦୀପିକାଙ୍କର କଣ ଥିଲା ରିଆକ୍ସନ୍
Khabar Odisha:ranveer-singh-talks-about-deepika-padukone-reaction-on-simmba-trailer
ନୂଆଦିଲ୍ଲୀ, ଡିସେମ୍ବର ୦୪ (ଖବର ଓଡିଶା) :

 ବିବାହର ୧୫ ଦିନ ପର୍ଯ୍ୟନ୍ତ ସେଲିବ୍ରେସନ କରିବା ପରେ ଏବେ ରଣବୀର ସିଂହ ନିଜ ଆଗାମୀ ଫିଲ୍ମ ସିମ୍ବାର ପ୍ରମୋଶନରେ ଲାଗି ପଡିଛନ୍ତି । ଗତକାଲି ସେ ନିର୍ଦ୍ଦେଶକ ରୋହିତ ଶେଠୀ, ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବଂ ପ୍ରଡ୍ୟୁସର କରଣ ଜୋହାରଙ୍କ ସହ ଟ୍ରେଲର ଲଂଚ୍ କରିବା ପାଇଁ ପହଂଚି ଥିଲେ । ତେବେ ଏହି ଟ୍ରେଲର ଦେଖି ଦୀପିକାଙ୍କର ପ୍ରତିକ୍ରିୟା କଣ ଥିଲା ତାଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ, ଦୀପିକାଙ୍କୁ ତାଙ୍କର ଅନ୍ଦାଜ ବହୁତ ପସନ୍ଦ ଆସିଛି । 

ରଣବୀର କହିଛନ୍ତି କି, ଦୀପିକା ତାଙ୍କ ସହ ଫିଲ୍ମ ସେଟକୁ ଆସିଥିଲେ । ସେଠାରେ ରୋହିତ ସାର ମୋ ଜନ୍ମଦିନର କିଛି ସିନ ଦେଖାଇଥିଲେ । ଦୀପିକା ଅଧିକ ରିଆକ୍ଟ କରନ୍ତି ନାହିଁ । ତେଣୁ ଯେତେବେଳେ ସ୍କ୍ରିନ ଅଫ ହେଲା ସେହି ସମୟରେ ଦୀପିକା କେବଳ ତାଙ୍କୁ ଦେଖୁଥିଲେ ଏବଂ କହିଥିଲେ କି ତୁମେ ବହୁତ ହଟ୍ ଲାଗୁଛ! 

ସୂଚନାନୁଯାୟୀ, ରଣବୀରଙ୍କ ବିବାହ ପରେ ସିମ୍ବା ହେଉଛି ତାଙ୍କର ପ୍ରଥମ ଫିଲ୍ମ । ଏହି ଫିଲ୍ମରେ ରଣବୀର ଏକ ପୁଲିସବାଲା ଭୂମିକାରେ ନଜର ଆସିଛନ୍ତି । ତେବେ ଟ୍ରେଲରରେ ସିମ୍ବା ବହୁତ ଦମଦାର ଥିବା ଭଳି ଜଣା ପଡୁଛି । 

Subscribe

National International State Sports Entertainment