ରିଲିଜ ହେଲା ‘ଗଲିବୟ’ର ଟ୍ରେଲର, ରାପର ହେବା ସ୍ୱପ୍ନ ନେଇ ଆସିଛନ୍ତି ରଣବୀର ସିଂହ
Khabar Odisha:ranveer-singh-and-alia-bhatt-starrer-film-gully-boy-trailer-out
ମୁମ୍ବାଇ, ଜାନୁଆରୀ ୦୯(ଖବର ଓଡିଶା):

ବଡ ପରଦାରେ ଫିଲ୍ମ ସିମ୍ବା ଦ୍ୱାରା ଦର୍ଶକଙ୍କ ମନ ଜିତିବା ପରେ ଏବେ ବଲିଉଡର ଅଭିନେତା ରଣବୀର ସିଂହ ବହୁଚର୍ଚ୍ଚିତ ଫିଲ୍ମ ‘ଗଲିବୟ’ ଦର୍ଶକଙ୍କ ପାଇଁ ନେଇକି ଆସୁଛନ୍ତି। କିଛି ଦିନ ତଳେ ଫିଲ୍ମର ଟିଜର ରିଲିଜ ହେବା ପରେ ଏବେ ଏହାର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ଓ ରଣବୀର ସିଂହ ଏଥିରେ ରାପର ବୟର ଭୂମିକାରେ ନଜର ଆସିଛନ୍ତି ।

ଫିଲ୍ମ ସିମ୍ବାରେ ଭ୍ରଷ୍ଟ ପୋଲିସର ଭୂମିକାରେ ଅଭିନୟ କରି ଥିବାବେଳେ ଗଲିବୟର ଗମ୍ଭୀର ଅନ୍ଦାଜ ବହୁତ ଖାସ୍ ନଜର ଆସିଛନ୍ତି ରଣବୀର। ଟ୍ରେଲର ଦେଖି କୁହାଯାଇପାରିବ କି ଗଲିବୟ ଫିଲ୍ମଟି ମୁମ୍ବାଇର ଗଳିର ବସ୍ତିରେ ରହୁଥିବା ମୁସଲିମ ପରିବାରର ଏକ ପୁଅର ଯାହାର ଆର୍ଥିକ ସ୍ଥିତି ଖରାପ କିନ୍ତୁ ରାପର ହେବାର ସ୍ୱପ୍ନ ରହିଛି।

ଚଳଚ୍ଚିତ୍ରରେ ରଣବୀର ସିଂହଙ୍କ ଛଡା ଆଲିଆ ଭଟ୍ଟ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଆଲିଆ ଏକ ମୁସଲିମ ଝିଅ ଭୂମିକାରେ ଅଛନ୍ତି। ଫିଲ୍ମରେ କଲକି କୋଚଲି ମଧ୍ୟ ଅଛନ୍ତି । ଜୋୟା ଅଖତର ଏହି ଚ୍ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ।

ଜଣାଇ ଦିଆଯାଉଛି, ଡିସେମ୍ବର ୨୮କୁ ରିଲିଜ ହୋଇଥିବା ରଣବୀର ସିଂହ ଓ ସାରା ଅଲି ଖାନଙ୍କ ଫିଲ୍ମ ସିମ୍ବା ବକ୍ସ ଅଫିସରେ ଧମାଲ ମଚାଇଛି । ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇ ରୋହିତ ସେଟ୍ଟୀଙ୍କ ପାଇଁ ନୂଆ ଇତିହାସ ରଚିଲା ।

Subscribe

National International State Sports Entertainment