ସଞ୍ଜୁର ଦ୍ୱିତୀୟ ଦନରେ କଲେକ୍ସନ ଦେଖି ଦର୍ଶକ ଆଶ୍ଚର୍ଯ୍ୟ; ତିନି ଦିନରେ ପାରକରିପାରେ ୧୦୦ କୋଟି
Khabar Odisha:ranbir-kapoor-film-sanju-2nd-day-box-office-collection
ମୁମ୍ବାଇ, ଜୁଲାଇ, ୧ (ଖବର ଓଡିଶା)

 ରଣବୀର କପୁରଙ୍କ ସଞ୍ଜୁ ଯେପରି ହିଟ ହେବାକୁ ଅପେକ୍ଷା କରିଥିଲା । ବର୍ତମାନ ଏହି ସିନେମା ରିଲିଜ ହେବା ପରେ ବକ୍ସ ଅଫିସିରେ ଧମାକା ସୃଷ୍ଟି କରିଛି । ପ୍ରଥମ ଦିନରେ ୩୪.୭୫ କୋଟି ଟଙ୍କା ଆୟ କରିଥିବା ସଂଜୁ ଚଳିତ ବର୍ଷର ସବୁଠାରୁ ବଡ ଓପନର ହୋଇଛି । ବର୍ତମାନ ସଂଜୁର  ଦ୍ୱିତୀୟ ଦିନର କଲେକ୍ସନ ଆସି ସାରିଛି । ଏହି ସିନେମା ଦିନରେ ୩୯ କୋଟି ଟଙ୍କା ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଛି । ସୂଚନାଯୋଗ୍ୟ କି, ରେସ -୩ ଦ୍ୱିତୀୟ ଦିନରେ ୩୯.୧୪ କୋଟି ଟଙ୍କା ବ୍ୟବସାୟ କରିଥିଲା । ଫିଲ୍ମ କ୍ରିଟିକ ତରନ ଆଦର୍ଶ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । 

ସଂଜୁ ପ୍ରଥମ ଓ ଦ୍ୱିତୀୟ ଦିନକୁ ମିଶାଇ ଏହି ସିନେମାଟି ପ୍ରାୟ ୭୩.୩୫ କୋଟି ଟଙ୍କା ବ୍ୟବସାୟ କରିଛି । ଅନୁମାନ କରାଯାଉଛି କି, ଯଦି ଏପରି ବ୍ୟବସାୟ ରହିଲା ତେବେ ୩ ଦିନରେ ହିଁ ଏହି ସିନେମା ୧୦୦ କୋଟି ଟଙ୍କା ନିଶ୍ଚିତ ଆୟ କରିବ । 

ଏହା ସହିତ ଏହି ସିନେମା ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ସିନେମା ହେବ । ସଂଜୁକୁ ଭାରତରେ ୪୦୦୦ ସ୍କ୍ରିନରେ ରିଲିଜ କରାଯାଇଛି । ‘ରେସ-୩’ ପରେ ସବୁଠାରୁ ଅଧିକ ସ୍କ୍ରିନରେ ଆସିଛି । ଭାରତ ବ୍ୟତିତ ଏହାକୁ ୬୫ ଦେଶରେ ରିଲିଜ କରାଯାଇଛି । ବିଦେଶରେ ଏହାକୁ ପାଖାପାଖି ୧୩୦୦ ସ୍କ୍ରିନରେ ରିଲିଜ କରାଯାଇଛି । ସଞ୍ଜୁର ଟୋଟାଲ ସ୍କ୍ରିନିଂ ୫୩୦୦ ରହିଛି । 

  • Tags:

Subscribe

National International State Sports Entertainment