ମୁମ୍ବାଇ ,ଡିସେମ୍ବର ୦୪ (ଖବର ଓଡ଼ିଶା) :
କେବଳ ୪ଦିନରେ ୱାଲ୍ଡୱାଇଡ଼ ୪୦୦କୋଟି ଟଙ୍କାରୁ ଅଧିକ ଓ ବଲିଉଡ଼ରେ ୧୦୦ କୋଟି କଲେକ୍ସନ କରି ପାରିଛି ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ସାଇନ୍ସଫ୍ରିକ୍ସନ ଥ୍ରୀଲର ସିନେମା ‘୨.୦’ ।
ଶଂକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ସିନେମା ୨.୦ ରିଲିଜ୍ ହେବାର ପଞ୍ଚମ ଦିନରେ ୧୩ କୋଟି ୭୫ ଲକ୍ଷ କଲେକ୍ସନ କରିଛି। ଏହାକୁ ମିଶାଇ ଫିଲ୍ମଟି ୧୧୧କୋଟି ଟଙ୍କାର ପହଁଞ୍ଚିଛି। ସିନେମାଟି ବୁକିଙ୍ଗ ଦିନରେ ୨୦ କୋଟି ୨୫ ଲକ୍ଷ ଟଙ୍କାରୁ ଓପନିଙ୍ଗ କରିଥଲା। କିନ୍ତୁ ଓପନିଙ୍ଗ ଡେ ତୂଳନାରେ ପଞ୍ଚମ ଦିନରେ ଫିଲ୍ମର ଆୟ ୩୫ ପ୍ରତିଶତ ହ୍ରାସ ପାଇଛି। ଯାହାକି ଫିଲ୍ମର ବ୍ୟବସାୟ ପାଇଁ ବହୁତ ଜରୁରୀ ଅଟେ। ଏହି ଫିଲ୍ଲକୁ ବକ୍ସ ଅଫିସରେ ଏବେ କୋଣସି ଅସୁବିଧା ନାହିଁ। ଅନ୍ୟ ପଟେ ଏହି ସପ୍ତାହରେ କେଦାରନାଥ ରିଲିଜ ହେଉଛି। ଏହି ସିନେମା ଜରିଆରେ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ ବଲିଉଡରେ ପ୍ରବେଶ କରୁଛନ୍ତି।
ଫିଲ୍ମ ୨.୦ ଏହି ବର୍ଷର ୧୨ତମ ସିନେମା ଯାହାକି ୧୦୦ କୋଟିରୁ ଅଧିକ କଲେକ୍ସନ କରିସାରିଛି । ଏହି ସିନେମାଟି ବିଦେଶରେ ମଧ୍ୟ ଭଲ କଲେକ୍ସନ କରିଛି। ଶନିବାର ଯାଏଁ ହୋଇଥିବା କଳେକ୍ସନ ମୁତାବକ ଆମେରିକାରେ ସିନେମାଟି ୨୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟବସାୟ କରିଥିବା ବେଳେ ୟୁକେରେ ଚାରି କୋଟି ୫୪ ଲକ୍ଷ ,ଅଷ୍ଟ୍ରେଲିଆରେ ଚାରି କୋଟି ୮୭ ଲକ୍ଷ ଟଙ୍କା କାରବାର କରିଛି।
ପ୍ରଥମ ଚାରି ଦିନରେ ହିଁ ସିନେମାଟି ବଲିଉଡ୍ ବକ୍ସ ଅଫିସରେ ୪୦୩ କୋଟି ଟଙ୍କାର କଲେକ୍ସନ କରିଛି। ଏହା ମଧ୍ୟରୁ ଫିଲ୍ମଟି ଭାରତରେ ୨୯୮ କୋଟି ଓ ବିଦେଶୀରେ ୧୦୫ କୋଟି ଟଙ୍କାର ବ୍ୟବସାୟ