ବିବାହ ପାଇଁ ସଲମାନଙ୍କ ସିନେମାକୁ ହାତଛଡା କଲେ ପ୍ରିୟଙ୍କା
Khabar Odisha:priyanka-will-marry-to-nick-soon
ମୁମ୍ବାଇ, ଅଗଷ୍ଟ ୧, (ଖବର ଓଡିଶା)

ଗତ କିଛି ଦିନ ହେବ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ପ୍ରଥମେ  ସେ ନିଜଠାରୁ ୧୦ ବର୍ଷର ସାନ ବୟଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଦିତୀୟ ଚର୍ଚ୍ଚା ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ସିନେମା ‘ଭାରତ’କୁ ମନା କରିବା ନେଇ ହୋଇଛି । ସଲମାନ ଖାନଙ୍କ ଭଳି ଦବଙ୍ଗ ଅଭିନେତାଙ୍କ ସିନେମାରେ ଅଭିନୟ କରିବା ନେଇ ମନା କରିବା ଯେ କେତେବଡ ଘଟଣା ଏହାତ ସମସ୍ତଙ୍କୁ ଭଲ ଭାବେ ଜଣା । ସଲମାନ ରାଗକୁ ତ ସମସ୍ତେ ଜାଣନ୍ତି । ଦବଙ୍ଗ ଖାଁଙ୍କ ସିନେମାକୁ ମନା କରିବା ଅର୍ଥ ପୁରା ବଲିଉଡକୁ ନାଁ କରିବା ସହିତ ସମାନ । ହେଲେ ପ୍ରିୟଙ୍କା ଏପରି ପଦକ୍ଷେପ ନେଲେ କ’ଣ ପାଇଁ, ଏହାର କାରଣ ହେଲା ବିବାହ । ବଲିଉଡ ସହିତ ହଲିଉଡରେ ଚହଳ ସୃଷ୍ଟି  କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ କରିବାକୁ ଯାଉଛନ୍ତି । ଆମେରିକୀୟ ପପ୍ ଗାୟକ ନିକ୍ ଜୋନ୍‌ସଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି । ବହୁଦିନ ଧରି ଦୁହିଁଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଆସିଥିଲା ।

ଜୁଲାଇ ୧୮ତାରିଖରେ ପ୍ରିୟଙ୍କାଙ୍କ ୩୬ତମ ଜନ୍ମଦିନ ଅବସରରେ ନିକ୍‌ଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା । ନିକ ତାଙ୍କଠାରୁ ୧୦ବର୍ଷ ସାନ ଏହି କାର୍ୟ୍ୟକ୍ରମ ଲଣ୍ଡନରେ ହୋଇଥିବା ବେଳେ ଏନେଇ କାହାକୁ ଜଣାଯାଇନଥିଲା । ନିକଟରେ ପ୍ରିୟଙ୍କାଙ୍କ ପିଉସୀ ଜାମିନି ଚୋପ୍ରା ହାଣ୍ଡା ଏସମ୍ପର୍କରେ ଗଣମାଧ୍ୟମକୁ ଜଣାଇଛନ୍ତି ।

ପରିବାରର ସମସ୍ତେ ପ୍ରିୟଙ୍କାଙ୍କ ଘରେ ଯାଇଥିଲେ । ଖୁବ୍ ଶୀଘ୍ର ଦୁହିଁଙ୍କ ବିବାହ ତାରିଖ ସ୍ଥିର କରାଯିବ । ଏହି ବାହାଘର ପାଇଁ ପ୍ରିୟଙ୍କା ଭାରତ ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଛନ୍ତି । ନିର୍ଦ୍ଦେଶକ ଅଲି ଅବାସ୍ ଜଫର ଏସଂକ୍ରାନ୍ତରେ ଟ୍ୱିଟ୍ କରିବା ସହ ଟିମ୍ ପକ୍ଷରୁ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବାହାଘର ଖବର ମଧ୍ୟ ଚର୍ଚ୍ଚାରେ ରହିଛି । 

  • Tags:

Subscribe

National International State Sports Entertainment